ପଦାରେ ପଡିଲା ନବୀନଙ୍କ ଅଣ-ଓଡ଼ିଆ ଠିକାଦାର ପ୍ରୀତି: ୫ବର୍ଷରେ ଅଣ-ଓଡ଼ିଆ ଠିକାଦାରଙ୍କୁ ଦେଇଛନ୍ତି ୧ଲକ୍ଷ କୋଟିର କାମ

Advertisment

ନବୀନ ସରକାର ସମୟରେ ଓଡିଆ ଠିକାଦାରଙ୍କୁ ଅଣଦେଖା କରାଯାଇଛି। ବାରମ୍ବାର ଏକଥାକୁ କହି ଆସୁଥିଲେ ଓଡିଆ ଠିକାଦାର ସଂଘ। କିନ୍ତୁ ତତ୍କାଳିନ ସରକାର ଠିକାଦାର ସଂଘର ଏହି କଥାକୁ ଗ୍ରହଣ କରୁନଥିଲେ। ବରଂ ଅଧିକରୁ ଅଧିକ ଅଣ ଓଡିଆ ଠିକାଦାରଙ୍କୁ ପ୍ରକଳ୍ପ କାର୍ଯ୍ୟ ଦେଇ ଆସୁଥିଲେ।

ନବୀନ ସରକାର ସମୟରେ ଓଡିଆ ଠିକାଦାରଙ୍କୁ ଅଣଦେଖା କରାଯାଇଛି। ବାରମ୍ବାର ଏକଥାକୁ କହି ଆସୁଥିଲେ ଓଡିଆ ଠିକାଦାର ସଂଘ। କିନ୍ତୁ ତତ୍କାଳିନ ସରକାର ଠିକାଦାର ସଂଘର ଏହି କଥାକୁ ଗ୍ରହଣ କରୁନଥିଲେ। ବରଂ ଅଧିକରୁ ଅଧିକ ଅଣ ଓଡିଆ ଠିକାଦାରଙ୍କୁ ପ୍ରକଳ୍ପ କାର୍ଯ୍ୟ ଦେଇ ଆସୁଥିଲେ।

i

କନକ ବ୍ୟୁରୋ: ନବୀନ ସରକାର ସମୟରେ ଓଡିଆ ଠିକାଦାରଙ୍କୁ ଅଣଦେଖା କରାଯାଇଛି। ବାରମ୍ବାର ଏକଥାକୁ କହି ଆସୁଥିଲେ ଓଡିଆ ଠିକାଦାର ସଂଘ। କିନ୍ତୁ ତତ୍କାଳିନ ସରକାର ଠିକାଦାର ସଂଘର ଏହି କଥାକୁ ଗ୍ରହଣ କରୁନଥିଲେ। ବରଂ ଅଧିକରୁ ଅଧିକ ଅଣ ଓଡିଆ ଠିକାଦାରଙ୍କୁ ପ୍ରକଳ୍ପ କାର୍ଯ୍ୟ ଦେଇ ଆସୁଥିଲେ। ହେଲେ, ଆରଟିଆଇରେ ତଥ୍ୟ ମିଳିବା ପରେ ଖୋଲିଛି ବିଜେଡି ସରକାରର ଅଣ ଓଡିଆ ପ୍ରୀତି। 

ଆରଟିଆଇ ଜରିଆରେ ମିଳିଥିବା ତଥ୍ୟ ଅନୁସାରେ ନବୀନ ସରକାର ୨୦୧୮ ରୁ ୨୦୨୩ ମସିହା ମଧ୍ୟରେ ୨୦୦ ଅଣ-ଓଡିଆ ଠିକାଦାରଙ୍କୁ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଦେଇଥିଲେ। ଯେଉଁଥିରେ ରହିଛି, ରାସ୍ତା, ବ୍ରିଜ, ସରକାରୀ କାର୍ଯ୍ୟାଳୟ, ଭିତିଭୂମି ନିର୍ମାଣ, ଜଗନ୍ନାଥଙ୍କ ପରିକ୍ରମା ଓ ଲୋୟର ସୁକତେଲ ପ୍ରୋଜେକ୍ଟ, ଷ୍ଟାଡିୟମ ସମେତ ମେଗା ପାନୀୟ ଜଳ ପ୍ରକଳ୍ପ । ଆଉ କାମ ଠିକା ନେଇଥିଲେ L&T Pvt. Ltd, Megha Engineering and Infrastructure Pvt Ltd, GUPR Pvt Ltd, JMC Project Ltd, NCC Ltd, KEC INTERNATIONAL ଭଳି ରାଜ୍ୟ ବାହାରର ଠିକାଦାର କମ୍ପାନୀ। ବିଡମ୍ବନାର ବିଷୟ ହେଉଛି, ପ୍ରକଳ୍ପ ଗୁଡିକ ମଧ୍ୟରୁ ଅଧିକାଂଶ ଅଧାପନ୍ତରିଆ ହୋଇ ପଡିଛି କିନ୍ତୁ ଟଙ୍କା ଉଠାଇଛନ୍ତି କମ୍ପାନୀ।  

ଯାଜପୁର ଧର୍ମଶାଳା ବ୍ଲକ ରାଇଛନ୍ଦା ପଂଚାୟତର ବାଳିକୁଦିଆରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ନଜର ପକାନ୍ତୁ। ସ୍ଥାନୀୟ ଲୋକଙ୍କ ଜଳ କଷ୍ଟ ଦୂର କରିବା ପାଇଁ ୩୨୫ କୋଟି ଟଙ୍କା ବ୍ୟୟରେ ଏହି ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ହେଲେ ପରିତାପର ବିଷୟ ଠିକା ସଂସ୍ଥା ଟଙ୍କା ଉଠାଇ, ପ୍ରକଳ୍ପ କାମକୁ ଅଧାରେ ପକାଇ ଗାଏବ ହୋଇଯାଇଛି। ଅନ୍ୟପଟେ ଦୁଃଖ କହିଛନ୍ତି ଓଡିଆ ଠିକାଦାର। 

ତଥ୍ୟ ସାମନାକୁ ଆସିବା ପରେ ନିଖିଳ ଓଡିଶା ଠିକାଦାର ମହାସଂଘ, ମୋହନ ସରକାର ଏହାର ତଦନ୍ତ କରନ୍ତୁ ବୋଲି ଦାବି  କରାଯାଇଛି। ଏଥିସହ ଓଡିଆ ଠିକାଦାରଙ୍କୁ ଠିକା ଦେବା ପାଇଁ ଦାବି କରିଛନ୍ତି ସଂଘ ସଭାପତି।

ଦୁର୍ନୀତି, ହରିଲୁଟରେ ଛନ୍ଦି ହୋଇପଡ଼ିଥିବା ବିଭିନ୍ନ ପ୍ରକଳ୍ପର ତଦନ୍ତ ହେଲେ, ନବୀନଙ୍କ ଅଣ-ଓଡିଆ ପ୍ରୀତିର ରହସ୍ୟ ଓ କାର୍ପଟଦାରଙ୍କ ଗୁମର ଖୋଲିବ ବୋଲି କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe