୨୦୨୫ ରେ ବି ପାଣି ପାଇଁ ଡହଳ ବିକଳ । ଖରା ଆରମ୍ଭରୁ ଗାଁରୁ ସହର ସବୁଠି ଜଳ ଯନ୍ତ୍ରଣାର ଚିତ୍ର

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାରଙ୍ଗ ପଞ୍ଚାୟତରୁ ଆସିଛି ସମାନ ଚିତ୍ର। ନଳକୂପ ମରାମତି ନେଇ ଦୀର୍ଘଦିନ ଧରି ବିଭାଗକୁ ଗୁହାରି କରିଥିଲେ ବି  ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। ତେଣୁ ତୁରନ୍ତ ନଳକୂପ ମରାମତି ସହ ନୂଆ ନଳକୂପ ସ୍ଥାପନା ଦାବି କରିଛନ୍ତି ଆଦିବାସୀ ସାହିର ମହିଳା।

òKZþòKþqþ

କନକ ବ୍ୟୁରୋ : ସବୁଠି ପିଇବା ପାଣି ମୁନ୍ଦାଏ ପାଇଁ ହାହା କାର ପରିସ୍ଥିତି। ଖରା ବଢି ବଢି ଚାଲିଥିବା ବେଳେ ଜଳସ୍ତର କମିବାରେ ଲାଗିଛି। ନଳକୂଅ ଅଛି, ହେଲେ ପାଣି ବାହାରୁନି। ବାଧ୍ୟ ହୋଇ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ। 

ବସ୍ତା ବ୍ଲକ ଦରଡା ପଞ୍ଚାୟତ କୋଠପଦା ଏବଂ ଦକ୍ଷିଣଶରିଶା ଗ୍ରାମରେ ଥିବା ସମସ୍ତ ନଳକୂପ ଅଚଳ ହୋଇପଡ଼ିଛି । ଏକ ମାତ୍ର ପାଣି ଟାଙ୍କିରୁ ପାନୀୟ ଜଳ ସମସ୍ତଙ୍କ ଘରକୁ ସଂଯୋଗ ହୋଇ ନଥିବାରୁ ପାଣି ପାଇପାରୁନାହାନ୍ତି ଲୋକେ । ଫଳରେ ପୋଖରୀ ପାଣି ପିଉଛନ୍ତି ଲୋକେ। ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇ ବିଫଳ ହେବାରୁ ଗରା ବାଲଟି ଧରି ପ୍ରତିବାଦ କରିଛନ୍ତି।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାରଙ୍ଗ ପଞ୍ଚାୟତରୁ ଆସିଛି ସମାନ ଚିତ୍ର। ନଳକୂପ ମରାମତି ନେଇ ଦୀର୍ଘଦିନ ଧରି ବିଭାଗକୁ ଗୁହାରି କରିଥିଲେ ବି  ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। ତେଣୁ ତୁରନ୍ତ ନଳକୂପ ମରାମତି ସହ ନୂଆ ନଳକୂପ ସ୍ଥାପନା ଦାବି କରିଛନ୍ତି ଆଦିବାସୀ ସାହିର ମହିଳା।
 
ବଡମ୍ବା ବ୍ଳକ ଅନ୍ତର୍ଗତ ଖୁଣ୍ଟକଟା ପଂଚାୟତ କାଦୁଆପଡା ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ଶହେ ପରିବାର। ନଳକୂପରେ ଆସୁଥିବା ପାଣି ଗୋଳିଆ ସାଙ୍ଗକୁ ପୋକ ବାହାରୁଛି। ଆଉ ଏହି ପାଣି ପିଇ କାହାକୁ ଜଣ୍ଡିସ ତ କାହାକୁ କିଡନୀ ରୋଗ, ତ ପୁଣି କିଏ ଚର୍ମ ରୋଗରେ ଆକ୍ରାନ୍ତ ଅଛନ୍ତି। ବିଡିଓ କହିଛନ୍ତି, ଖୁବ୍ ଶୀଘ୍ର ପିଇବା ପାଣି ଯୋଗାଇ ଦେବା ସହ ପାଣିର ମାନ ପରୀକ୍ଷା କରାଯିବ ଏବଂ ଲୋକମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ।

ସେହିଭଳି କଣ୍ଟାବାଞ୍ଜି ତୁରେକେଲା କାଦୋବସା ଗାଁରେ ଦୀର୍ଘଦିନରୁ ଲାଗି ରହିଛି ପିଇବା ପାଣି ସମସ୍ୟା। ଗାଁରେ ୩ଟି ନଳକୂପ ଥିବା ବେଳେ ସେଥିରୁ ଗୋଟିଏ ଚାଲୁଥିବା ବେଳେ ଅନ୍ୟଟି ଅଚଳ। ତେଣୁ ସ୍କୁଲରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି ମହିଳା। 
ଖରା ବଢ଼ିବା ସାଙ୍ଗକୁ ଆଗକୁ ସ୍ଥିତି ଆହୁରି ଉତ୍କଟ ହେବ। ତେଣୁ ଲୋକଙ୍କ ପାଖରେ କେତେ ପାନୀୟ ଜଳ ପହଞ୍ଚୁଛି, ତାହା ଦେଖିବାକୁ ବାକି ରହିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe