କନକ ବ୍ୟୁରୋ : ମାର୍କ ଜୁକରବର୍ଗ, ଏଲନ୍ ମସ୍କ, ଜେଫ୍ ବେଜୋସ୍... ଆପଣ ବିଶ୍ବାସ କରିପାରିବେ ନାହିଁ ଏହି ୩ଜଣ ଧନୀ ବ୍ୟକ୍ତିଙ୍କ ସିକ୍ୟୁରିଟିରେ ଯେତିକି ଟଙ୍କା ଖର୍ଚ୍ଚ ହେଉଛି ସେଥିରେ ଗୋଟିଏ ବଡ ଗାଁ ଦୀର୍ଘ ମାସ ଯାଏଁ ପେଟ ଭରି ଖାଇପାରିବ ଆଉ ନିଜର ସବୁ ସମସ୍ୟାକୁ ଦୂର କରିପାରିବ । 

Advertisment

ବିଶ୍ବର ପ୍ରମୁଖ ଟେକ୍ନୋଲୋଜି କମ୍ପାନିର ମାଲିକମାନେ ଏବେ ନିଜର ବ୍ୟକ୍ତିଗତ ସୁରକ୍ଷା ଖର୍ଚ୍ଚକୁ ବୃଦ୍ଧି କରୁଛନ୍ତି । ଏକ ରିପୋର୍ଟ ଅନୁସାରେ, ୨୦୨୪ ଅର୍ଥାତ୍ ଗତବର୍ଷ ୧୦ଟି ପ୍ରମୁଖ ଟେକ୍ନୋଲୋଜି କମ୍ପାନି ନିଜର ସିଇଓମାନଙ୍କ ସୁରକ୍ଷା ବାବଦରେ ପ୍ରାୟ ୩୬୯ କୋଟି ଅର୍ଥାତ୍ ୪୫ମିଲିୟନ୍ ଡଲାର୍ରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ଏଥିମଧ୍ୟରୁ ସର୍ବାଧିକ ୨୨୧ କୋଟି ଟଙ୍କା ଥିଲା । ଏହି ଅର୍ଥ ମେଟାର ମୁଖ୍ୟ ମାର୍କ ଜୁକରବର୍ଗ ଓ ତାଙ୍କ ପରିବାରର ସୁରକ୍ଷା ବାବଦରେ ଖର୍ଚ୍ଚ ହୋଇଥିଲା । ସେଥିରେ କାଲିଫର୍ଣ୍ଣିଆସ୍ଥିତ ତାଙ୍କ ବାସଭବନର ସୁରକ୍ଷା ବି ସାମିଲ ରହିଛି । ସେହିପରି ଆମାଜନ୍ ପ୍ରତିବର୍ଷ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ତାଙ୍କ ସୁରକ୍ଷା ବାବଦକୁ ବାର୍ଷିକ ୧୩ କୋଟି ଟଙ୍କା ଖର୍ଚ୍ଚ କରୁଥିବା  ସୂଚନା ରହିଛି । ଅନ୍ୟପଟେ ଯଦି ଟେସ୍‌ଲା ଓ ସ୍ପେସ୍ ଏକ୍ସର ମାଲିକ ଏଲନ୍ ମସ୍କଙ୍କ ସୁରକ୍ଷା ବାବଦରେ କହିବା ତେବେ ଗତବର୍ଷ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେ ବାବଦରେ ତଥ୍ୟ ସାର୍ବଜନୀନ ହୋଇନାହିଁ । କିନ୍ତୁ ୨୦୨୩ରେ ତାଙ୍କର ସୁରକ୍ଷା ଲାଗି ୨୧ କୋଟି ଖର୍ଚ୍ଚ ହୋଇଥିଲା । ମସ୍କ ସବୁବେଳେ ନିଜ ସହିତ ୨୦ ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ରଖିଥାନ୍ତି । ତେବେ ଏହି ବଡବଡ଼ୁଆଙ୍କ ସୁରକ୍ଷା ପଛରେ ଏତେ ଟଙ୍କା ଖର୍ଚ୍ଚ ହେବାର ଏକ କାରଣ ରହିଛି । ଏହି ବଡ଼ବଡ଼ୁଆଙ୍କ ଜୀବନ ଉପରେ ବିପଦ ବଢ଼ିଛି । ଯେଉଁଥିପାଇଁ ଏମାନେ ଏମାନଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଛନ୍ତି । ବିପଦ ବଢିବା ପଛରେ ବି ଅନେକ କାରଣ ରହିଛି । 

ସମାଜ ସହିତ ସିଧାସଳଖ ସଂଘର୍ଷ
ପ୍ରକୃତରେ, ପ୍ରଥମ ବିପଦ ହେଉଛି ପ୍ରତିଯୋଗିତା ।  ପ୍ରତ୍ୟେକ ବ୍ୟବସାୟୀ ତାଙ୍କ ପ୍ରତିଯୋଗିଙ୍କଠୁ ଆଗକୁ ବଢ଼ିବାକୁ ଚାହାଁନ୍ତି । ତେଣୁ ସତ୍ରୁତା ବି ସେହି ପରିମାଣରେ ବଢ଼ିଥାଏ ।  ଦ୍ୱିତୀୟ କାରଣ ହେଉଛି କର୍ମଚାରୀଙ୍କ କ୍ରୋଧ । ସାମ୍ପ୍ରତିକ ସମୟରେ, କର୍ମଚାରୀମାନଙ୍କୁ ଏତେ ବଡ଼ ପରିମାଣରେ ଛଟେଇ କରାଯାଇଛି ଯେ ସେମାନଙ୍କର କ୍ରୋଧ ଆଶାଠାରୁ ଅଧିକ ରହିଛି ।  ଅନ୍ୟପକ୍ଷରେ, ଯେଉଁମାନେ ଛଟେଇ ହୋଇନାହାଁନ୍ତି ସେମାନେ ଅସନ୍ତୁଷ୍ଟ ଅଛନ୍ତି । 

ସାଇବର ଠକଙ୍କର ବି ରହିଛି ବିପଦ 
ଏହି ଟେକ୍ ମହାରଥୀଙ୍କ ଉପରେ କେବଳ ପ୍ରତିଯୋଗୀ କିମ୍ବା ଲୋକଙ୍କର ଆକ୍ରୋସ ରହିଛି ତା ନୁହେଁ । ଏମାନଙ୍କ ଉପରେ ସାଇବର ଆଟାକ୍‌ର ମଧ୍ୟ ଭୟ ରହିଛି । ଡିପଫେକ୍ ଟୋକ୍ନୋଲୋଜିର ଅପବ୍ୟବହାର ଘଟଣାର ବୃଦ୍ଧି ସେମାନଙ୍କ ସୁରକ୍ଷା ଦିଗରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏଭଳିସ୍ଥଳରେ ଅଧୁନିକ ସୁରକ୍ଷା ସେବା ପ୍ରଦାନକାରୀ କମ୍ପାନିମାନେ ପାରମ୍ପରିକ ସୁରକ୍ଷାକର୍ମୀଙ୍କ ସହିତ ସାଇବର ସିକ୍ୟୁରିଟି, ଡିଜିଟାଲ ମନିଟରିଂ, ସୋସିଆଲ୍ ମିଡିଆ ଇଣ୍ଟେଲିଜେନ୍ସ ଭଳି ସେବା ମଧ୍ୟ ପ୍ରଦାନ କରୁଛନ୍ତି । ସେହିପରି ଏଆଇ ଆଧାରିତ ଡିପ୍‌ଫେଜ୍ ଭଏସ୍ ବ୍ୟବହାର କରି କମ୍ପାନିଗୁଡ଼ିକରୁ ଜାଲ୍ ଅର୍ଥିକ କାରବାର କରାଇବାର ଘଟଣା ଦ୍ରୁତ ଗତିରେ ବଢୁଛି । ଏଭଳିସ୍ଥିତିରେ ସିଇଓ ଓ କମ୍ପାନି ଗୁଡ଼ିକର ଡାଟାର ସୁରକ୍ଷା ଏବେ ପ୍ରାଥମିକତା ପାଳଟିଛି । ତେବେ ଏହି ସବୁ ବିପଦ କାରଣରୁ ବଡ଼ବଡ଼ୁଆ ମାନେ ତାଙ୍କର ସୁରକ୍ଷାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଯେଉଁ ତାଲିକାରେ ଉପରେ ରହିଛନ୍ତି ମାର୍କ ଜୁକରବର୍ଗ