ବାତ୍ୟା ଦାନା ପାଇଁ ସତର୍କ ପ୍ରଶାସନ: ଢେଙ୍କାନାଳରେ ସୁରକ୍ଷିତ ସ୍ଥାନକୁ ଯିବେ ଉଠାଦୋକାନୀ, କେନ୍ଦ୍ରାପଡାରେ ଦିନକ ପୂର୍ବରୁ ସରିବ ଗଜଲକ୍ଷ୍ମୀଙ୍କ ଭସାଣୀ

Advertisment

ବାତ୍ୟା ଦାନା ପ୍ରଭାବରେ ଫିକା ପଡିଛି ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ।  କାଲି ସୁଦ୍ଧା ମଣ୍ଡପରୁ ତୋରଣ, ଲାଇଟ ଗେଟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ମୀନାବଜାର ବନ୍ଦ କରିବାକୁ ବି କୁହାଯାଇଛି ।

ବାତ୍ୟା ଦାନା ପ୍ରଭାବରେ ଫିକା ପଡିଛି ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ।  କାଲି ସୁଦ୍ଧା ମଣ୍ଡପରୁ ତୋରଣ, ଲାଇଟ ଗେଟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ମୀନାବଜାର ବନ୍ଦ କରିବାକୁ ବି କୁହାଯାଇଛି ।

dwd

କନକ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ଫିକା ପଡିଛି ଢେଙ୍କାନାଳର ଗଜଲକ୍ଷ୍ମୀ ପୂଜା ।  କାଲି ସୁଦ୍ଧା ମଣ୍ଡପରୁ ତୋରଣ, ଲାଇଟ ଗେଟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ମୀନାବଜାର ବନ୍ଦ କରିବାକୁ ବି କୁହାଯାଇଛି । କେନ୍ଦ୍ରାପଡାରେ ବି ଡାକବାଜି ଯନ୍ତ୍ର ସାହାଯ୍ୟରେ  ଗଜଲକ୍ଷ୍ମୀଙ୍କ ମଣ୍ଡପରୁ ତୋରଣ, ଲାଇଟ ଗେଟ ଓ ବାଉଁଶ ଟେଣ୍ଟ ଖୋଲିବାକୁ କୁହାଯାଉଛି।

ବାତ୍ୟା ଦାନାର ମୁକାବିଲା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି। ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଥିବାରୁ ଜିଲ୍ଲାପାଳ ମାନେ ନିଜ ନିଜ ସ୍ତରରେ ନିଷ୍ପତ୍ତି ନେଉଛନ୍ତି। ଯାହାର ପ୍ରଭାବ ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜାରେ ମଧ୍ୟ ପଡିଛି। ଢେଙ୍କାନାଳରେ ୧୧ ଦିନ ଧରି ବେଶ ଜାକଜମକରେ ଗଜଲକ୍ଷ୍ମୀ ପୂଜା ପାଳନ ହୁଏ। କିନ୍ତୁ ବାତ୍ୟା ଦାନାର ଭୟ ଗଜଲକ୍ଷ୍ମୀ ପୂଜାକୁ ଫିକା କରିଛି। ଢେଙ୍କାନାଳରେ ମାଙ୍କ ମେଲାଣିକୁ ଆହୁରି ୪ ଦିନ ବାକି ଥିବା ବେଳେ ଆସନ୍ତାକାଲି ସୁଦ୍ଧା ସବୁ ମଣ୍ଡପରୁ ତୋରଣ, ଲାଇଟ ଗେଟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ମୀନାବଜାର ବନ୍ଦ ହେବାକୁ ଥିବା ବେଳେ ଉଠାଦୋକାନୀଙ୍କୁ ନିରାପଦ ଆଶ୍ରୟସ୍ଥଳୀରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ନିଜେ ସାଂସଦ ମଣ୍ଡପରୁ ମଣ୍ଡପ ବୁଲି ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। 

କେନ୍ଦ୍ରାପଡା ଜିଲ୍ଲାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗଜଲକ୍ଷ୍ମୀଙ୍କ ମଣ୍ଡପରୁ ତୋରଣ, ଲାଇଟ ଗେଟ ଓ ବାଉଁଶ ଟେଣ୍ଟ ଖୋଲିବାକୁ କୁହାଯାଉଛି। ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ପୂଜା କମିଟି ସହ ଆଲୋଚନା ପରେ ଜିଲ୍ଲାପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ବାତ୍ୟା ଦାନା କେନ୍ଦ୍ରାପଡାର ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଉଛି। ତେଣୁ ଭସାଣରେ କାଣ୍ଟଛାଣ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦୁଇ ଦିନ ବଦଳରେ ଗୋଟିଏ ଦିନ ଭସାଣ ହେବ। ଆଜି ମଣ୍ଡପ ଫାଙ୍କା କରାଯିବ। ୨୩ ତାରିଖ ସନ୍ଧ୍ୟା ସୁଦ୍ଧା ଭସାଣୀ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।  ପୂଜା ପରେ ସମସ୍ତଙ୍କର ନଜର ଥାଏ ଭସାଣୀ ଉପରେ। କିନ୍ତୁ ଚଳିତଥର ଭସାଣୀ ମଉଜକୁ ମାରିଦେଲା ବାତ୍ୟା ଦାନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe