ଅଶାନ୍ତ ପାକିସ୍ତାନ ; ଶେହବାଜ ସରକାର ବିରୋଧରେ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ ଇମ୍ରାନ

ନଭେମ୍ବର ୧୩ ରେ ଏକ ବାର୍ତ୍ତାରେ ଇମ୍ରାନ୍ ଖାଁ ତାଙ୍କ ସମର୍ଥକମାନଙ୍କୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ କହିଥିଲେ । ଇମ୍ରାନଙ୍କ ଘୋଷଣା ପରେ ପାକିସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି । ରାଜଧାନୀ ଇସଲାମାବାଦ ଅଭିମୁଖେ ଯାଉଛନ୍ତି ବିକ୍ଷୋଭକାରୀ । 

13pak

କନକ ବ୍ୟୁରୋ : ତୃତୀୟ ଦିନରେ ପଂହଚିଛି ପିଟିଆଇ ସମର୍ଥକଙ୍କ ପ୍ରତିବାଦ । ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ନଭେମ୍ବର ୧୩ ରେ ଏକ ବାର୍ତ୍ତାରେ ଇମ୍ରାନ୍ ଖାଁ ତାଙ୍କ ସମର୍ଥକମାନଙ୍କୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ କହିଥିଲେ । ଇମ୍ରାନଙ୍କ ଘୋଷଣା ପରେ ପାକିସ୍ତାନରେ ଉତ୍ତେଜନା ସୃଷ୍ଟି ହୋଇଛି । ରାଜଧାନୀ ଇସଲାମାବାଦ ଅଭିମୁଖେ ଯାଉଛନ୍ତି ବିକ୍ଷୋଭକାରୀ । 

ଇମ୍ରାନ ଖାନ୍ କହିଛନ୍ତି ଏହା ହେଉଛି ଶେଷ ସୁଯୋଗ ,ସମସ୍ତେ ଏକାଠି ହୋଇ ସରକାରଙ୍କ ବିପକ୍ଷରେ ଲଢନ୍ତୁ । ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ଏବଂ ସମର୍ଥକମାନେ ୩ଟି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରଥମ ଦାବି ହେଉଛି ଇମ୍ରାନ୍ ଖାନ୍ ଏବଂ ପିଟିଆଇ କାର୍ଯ୍ୟକର୍ତ୍ତାମାନଙ୍କୁ ଶୀଘ୍ର ମୁକ୍ତ କରାଯାଉ । ଏହାବ୍ୟତୀତ ୨୦୨୪ରେ ହୋଇଥିବା ନିର୍ବାଚନର ଫଳାଫଳକୁ ଗ୍ରହଣ କରିବା । ଇମ୍ରାନ୍ ଖାନଙ୍କ ଏହି ଘୋଷଣା ପରେ ଶୁକ୍ରବାରରେ ପାକିସ୍ତାନରେ ସତର୍କ ସୂଚନା ଜାରି କରାଯାଇଛି । 

ରାଜଧାନୀ ଇସଲାମାବାଦର ଅନେକ ଅଞ୍ଚଳରେ ମୋବାଇଲ ଏବଂ ଇଣ୍ଟରନେଟ୍ ସୁବିଧା ବନ୍ଦ କରାଯାଇଛି। ବିକ୍ଷୋଭ ଘୋଷଣା କରି ଇମ୍ରାନ୍ ଖାନ୍ ସମର୍ଥକମାନଙ୍କୁ କହିଛନ୍ତି- ଆପଣ ମାର୍ଶାଲ ଲ' ରେ ରହିବାକୁ ଚାହୁଁଛନ୍ତି ନା ସ୍ୱାଧୀନତାରେ ରହିବାକୁ ଚାହୁଁଛନ୍ତି ତାହା ଆପଣଙ୍କୁ ସ୍ଥିର କରିବାକୁ ପଡ଼ିବ। ସେପ୍ଟେମ୍ବର ମାସରୁ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ପାଇଁ ତାଙ୍କ ସମର୍ଥକମାନେ କୌଣସି ନା କୌଣସି ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଇମ୍ରାନ୍ ଖାନଙ୍କ ବିରୋଧ ଘୋଷଣା ପରେ ପାକିସ୍ତାନର ଶେହବାଜ ସରିଫ୍ ସରକାର ଏହାକୁ ରୋକିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏହି ବିକ୍ଷୋଭରେ ୪ହଜାର ପିଟିଆଇ ସମର୍ଥକଙ୍କୁ ଗିରଫ କରାଯାଇଛି । ପ୍ରଦର୍ଶନକାରୀ ଓ ପାକିସ୍ତାନ ରେଂଜର୍ସଙ୍କ ମଧ୍ୟରେ ମୁହାମୁହିଁ ସ୍ଥିତି ଉପୁଜିଥିଲା ,ଏପରିକି ୪ଜଣ ରେଂଜର୍ସଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସେପେଟ ପ୍ରଶାସନ ପୋଲିସ ଓ ରେଂଜର୍ସଙ୍କୁ ସୁଟ ଆଣ୍ଡ ସାଇଟ କରିବାକୁ ଅର୍ଡର ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe