କନକବ୍ୟୁରୋ : ରତ୍ନଭଣ୍ଡାର ମରାମତିକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ । ପୂର୍ବାହ୍ନ ୧୧ ଟା ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ବୈଠକ । ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ହେଉଛି ବୈଠକ । ତେବେ ରତ୍ନଭଣ୍ଡାରର ମରାମତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି ଶେଷ ପାଇଁ ଆଉ କିଛି ଦିନ ସମୟ ଲାଗିପାରେ ।
ଏଇ ପରିପ୍ରେକ୍ଷୀରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକର ଅଧ୍ୟକ୍ଷତା କରୁଛନ୍ତି । ଚଢାଉ କରଣ ,ଦେଉଳ କରଣ,ଭଣ୍ଡାର ମେକାପ, ଏଏସଆଇ ଅଧିକାରୀ ମାନଙ୍କୁ ନେଇ ଡକାଯାଇଛି ବୈଠକ । ନୀତି ବହୁଳ ଦିନରେ କିଭଳି ମରାମତି କାର୍ଯ୍ୟ ହେବ ସେନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ବୈଠକ ପରେ ସବିଶେଷ ସୂଚନା ଦେବ ଶ୍ରୀମନ୍ଦିର ପ୍ରଶାସନ । ପୂର୍ଣ୍ଣାଙ୍ଗ ମରାମତି କାର୍ଯ୍ୟ କେବେ ସୁଦ୍ଧା ଶେଷ ହେବ ସେନେଇ ମଧ୍ୟ ଆସିବ ସୂଚନା । ସେପଟେ କେଉଁ କେଉଁ ଦିନ ନୀତି ଯୋଗୁଁ ଭଣ୍ଡାର ଘର ମରାମତି କାର୍ଯ୍ୟ ବନ୍ଦ ରହିବ ସେନେଇ ମଧ୍ୟ ସବିଶେଷ ସୂଚନା ଦେବ ଶ୍ରୀମନ୍ଦିର ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/04/26/v0sb5KElCPAqnpmT9oyt.jpg)