ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ସାମିଲ ହେବେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି । ରତ୍ନ ଅଳଙ୍କାର ଗଣତିମଣତି ନେଇ ହେବ ବିସ୍ତୃତ ଆଲୋଚନା

Puri Shree Mandir

Puri Shree Mandir Photograph: (KanakNews)

କନକ ବ୍ୟୁରୋ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରତ୍ନ ଅଳଙ୍କାର ଗଣତିମଣତି କେବେ ହେବ ତା ଉପରେ ହେବ ବିସ୍ତୃତ ଆଲୋଚନା । ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରାଯାଇଛି । ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ଉପରେ ହେବ ଆଲୋଚନା । ନାଟମଣ୍ଡପରେ ଦର୍ଶନ ପାଇଁ କାଠ ରାମ୍ପକୁ ଦେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପରିଚାଳନା କମିଟିର ସଦସ୍ୟ । ଶ୍ରୀମନ୍ଦିର ସୁରକ୍ଷା ନେଇ ମଧ୍ୟ ହେବ ଆଲୋଚନା । ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବକମିଟିର ବିବରଣୀ ଉପରେ ହେବ ଆଲୋଚନା । ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ହେବ ଆଲୋଚନା ।

 ଅଧିକ ପଢନ୍ତୁ : ସରିଲା ରତ୍ନଭଣ୍ଡାର ମରାମତି : ଖୁବଶୀଘ୍ର ହେବ ଗଣତି ମଣତି

ଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ନିର୍ମାଣ, ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣ, ଶ୍ରୀମନ୍ଦିର ସେବକ ବାସଗୃହ, ଶ୍ରୀମନ୍ଦିର ୭୫ ମିଟର ଜୋନ୍ ବାହାରେ ଅନ୍ନ କ୍ଷେତ୍ର ନିର୍ମାଣ, ହୋମଯଜ୍ଞ ପ୍ରକଳ୍ପ, ନାମଯଜ୍ଞ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର କାର୍ଯ୍ୟର ଅଗ୍ରଗତି ଉପରେ ହେବ ଆଲୋଚନା । ମହାପ୍ରଭୁଙ୍କ ଜମିଜମା ସମସ୍ୟା ଉପରେ ମଧ୍ୟ ହେବ ଆଲୋଚନା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ଦ୍ୱିତୀୟ ବୈଠକ । ଦିନ ୧୧ଟା ସମୟରେ ଏହି ବୈଠକ ଆରମ୍ଭ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe