ସନ୍ଧ୍ୟାରେ ବୈଠକ Photograph: (କନକ ନ୍ୟୁଜ)
କନକ ବ୍ୟୁରୋ: ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ଆସନ୍ତା ୧୩ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ସମେତ ବିଧାନସଭାରେ ଆଗତ ହେବାକୁ ଥିବା ବିଭିନ୍ନ ବିଲକୁ କ୍ୟାବିନେଟରେ ଉପସ୍ଥାପନ କରାଯାଇପାରେ । କ୍ୟାବିନେଟ ବୈଠକ ସରିଲା ପରେ ମନ୍ତ୍ରୀ ପରିଷଦ ବୈଠକ ବସିବା ନେଇ ମଧ୍ୟ କାର୍ୟ୍ୟକ୍ରମ ରହିଛି ।
Follow Us