କନକ ବ୍ୟୁରୋ: ଆରମ୍ଭ ହେଲା ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଜେପି ରାଜ୍ୟ ସଭାପତି ଚୟନ ନେଇ ଏହି ବୈଠକରେ ଆଲୋଚନା ହୋଇପାରେ । ବିଜେପିର ଏହି ବୈଠକରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି କାର୍ୟ୍ୟାଳୟରେ ପହଞ୍ଚିଛନ୍ତି । ବିଜେପି ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୂଘ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେଭି ସିଂଦେଓ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ ଅଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ ଓ କୋର କମିଟିର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟ ଗୁରୁତ୍ବପୂର୍ଣ୍ଣ ବୈଠକ ; ସାମିଲ ହେଲେ ମୁଖ୍ୟମନ୍ତ୍ରୀ , ଉପମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ପ୍ରଭାରୀ
ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଗୁଘଙ୍କ ଉପସ୍ଥିତିରେ ଆଲୋଚନା । ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟପ୍ରଭାରୀ ବିଜୟ ପାଲ ସିଂ ତୋମାର ।
/kanak/media/media_files/2025/02/14/RAVRM2zWwvtTgW7OFdzR.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)