୨୭ ରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ; ପରାଜୟର କାରଣ ଖୋଜୁଛନ୍ତି ଦଳ ସୁପ୍ରିମୋ

ଆସନ୍ତା ୨୭ ତାରିଖରେ ଶଙ୍ଖ ଭବନରେ ଏକାଠି ହେବେ ବିଜେଡିର ସବୁ ବରିଷ୍ଠ ନେତା ଓ ଜିଲ୍ଲା ସଭାପତି । ଆଗାମୀ ରଣନୀତି ନେଇ ହେବ ବିସ୍ତୃତ ଆଲୋଚନା । ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜିବା ସହ ଦଳକୁ କିପରି ପୂର୍ବପରି ସୁଦୃଢ କରିହେବ ସେନେଇ ହେବ ଆଲୋଚନା ।

ଅଦ୍ୟତନ ହୋଇଛି
5000000

କନକ ବ୍ୟୁରୋ: ଆସନ୍ତା ୨୭ ତାରିଖରେ  ଶଙ୍ଖ ଭବନରେ ଏକାଠି ହେବେ  ବିଜେଡିର ସବୁ ବରିଷ୍ଠ ନେତା ଓ ଜିଲ୍ଲା ସଭାପତି  । ଆଗାମୀ ରଣନୀତି ନେଇ ହେବ ବିସ୍ତୃତ ଆଲୋଚନା  । ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜିବା ସହ ଦଳକୁ କିପରି ପୂର୍ବପରି ସୁଦୃଢ କରିହେବ ସେନେଇ ହେବ ଆଲୋଚନା । 

ନୂଆ କମିଟି ଓ ଅନ୍ୟ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ବୈଠକରେ ହେବ ଆଲୋଚନା. ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜା କମିଟି ଚୟନ ବି ରହିବ ଫୋକସରେ ।  ତେବେ ଦଳକୁ କିପରି ଦୃଢ କରାଯିବ, ସେଥିପାଇଁ ତତ୍ପର ହୋଇପଡିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିପାଇଁ ନଭେମ୍ବର ୨୭ ତାରିଖରୁ ଜିଲ୍ଲା ଗସ୍ତ କରିବେ ନବୀନ । ପ୍ରତି ଜିଲ୍ଲାକୁ ଯାଇ ଦଳୀୟ କର୍ମୀ ଓ ନେତାଙ୍କୁ ଭେଟି ଦଳର ପରାଜୟର କାରଣ ଜାଣିବା ସହ ଦଳର ଉତଥାନ ପାଇଁ ପୁଣିଥରେ କିପରି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ତା ଉପରେ ଆଲୋଚନା କରିବେ ନବୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe