କନକ ବ୍ୟୁରୋ: ଆସନ୍ତା ୨୭ ତାରିଖରେ ଶଙ୍ଖ ଭବନରେ ଏକାଠି ହେବେ ବିଜେଡିର ସବୁ ବରିଷ୍ଠ ନେତା ଓ ଜିଲ୍ଲା ସଭାପତି । ଆଗାମୀ ରଣନୀତି ନେଇ ହେବ ବିସ୍ତୃତ ଆଲୋଚନା । ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜିବା ସହ ଦଳକୁ କିପରି ପୂର୍ବପରି ସୁଦୃଢ କରିହେବ ସେନେଇ ହେବ ଆଲୋଚନା ।
ନୂଆ କମିଟି ଓ ଅନ୍ୟ ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ବୈଠକରେ ହେବ ଆଲୋଚନା. ନିର୍ବାଚନ ପୋଷ୍ଟମର୍ଟମର କାରଣ ଖୋଜା କମିଟି ଚୟନ ବି ରହିବ ଫୋକସରେ । ତେବେ ଦଳକୁ କିପରି ଦୃଢ କରାଯିବ, ସେଥିପାଇଁ ତତ୍ପର ହୋଇପଡିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିପାଇଁ ନଭେମ୍ବର ୨୭ ତାରିଖରୁ ଜିଲ୍ଲା ଗସ୍ତ କରିବେ ନବୀନ । ପ୍ରତି ଜିଲ୍ଲାକୁ ଯାଇ ଦଳୀୟ କର୍ମୀ ଓ ନେତାଙ୍କୁ ଭେଟି ଦଳର ପରାଜୟର କାରଣ ଜାଣିବା ସହ ଦଳର ଉତଥାନ ପାଇଁ ପୁଣିଥରେ କିପରି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ତା ଉପରେ ଆଲୋଚନା କରିବେ ନବୀନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/JycuB2p8TMFMhgKbuOuZ.jpg)