ୱାକଫ୍‌ ବିଲ୍‌କୁ ନେଇ ଭୋଟ ବିବାଦ ଭିତରେ ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ: ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ପ୍ରଶ୍ନ ଉଠାଇଲେ ବରିଷ୍ଠ ନେତା

Advertisment

ଶଙ୍ଖ ଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ରଙ୍କ ଉପସ୍ଥିତିରେ ବୈଠକରେ ଚାଲିଛି ଆଲୋଚନା । ବଡ଼ କଥା ହେଉଛି, ଗତକାଲି ରାଜ୍ୟସଭାରେ ୱାକଫ୍‌ ସଂଶୋଧନ ବିଲ୍‌କୁ ନେଇ କାହିଁକି ଦୁଇ ଭାଗ ହୋଇଗଲା ବିଜେଡି, ସେନେଇ ବୈଠକରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ।

ଶଙ୍ଖ ଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ରଙ୍କ ଉପସ୍ଥିତିରେ ବୈଠକରେ ଚାଲିଛି ଆଲୋଚନା । ବଡ଼ କଥା ହେଉଛି, ଗତକାଲି ରାଜ୍ୟସଭାରେ ୱାକଫ୍‌ ସଂଶୋଧନ ବିଲ୍‌କୁ ନେଇ କାହିଁକି ଦୁଇ ଭାଗ ହୋଇଗଲା ବିଜେଡି, ସେନେଇ ବୈଠକରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ।

BFBFBF

Photograph: (KANAK NEWS)

କନକ ବ୍ୟୁରୋ: ଶଙ୍ଖ ଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ରଙ୍କ ଉପସ୍ଥିତିରେ ବୈଠକରେ ଚାଲିଛି ଆଲୋଚନା । ବଡ଼ କଥା ହେଉଛି, ଗତକାଲି ରାଜ୍ୟସଭାରେ ୱାକଫ୍‌ ସଂଶୋଧନ ବିଲ୍‌କୁ ନେଇ କାହିଁକି ଦୁଇ ଭାଗ ହୋଇଗଲା ବିଜେଡି, ସେନେଇ ବୈଠକରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା । କାହିଁକି ଭୋଟିଂକୁ ନେଇ ସାଂସଦମାନେ ଏକମତ ହେଲେ ନାହିଁ ସେନେଇ ପ୍ରଶ୍ନ ଉଠାଇବା ସହ କେଉଁଠି ରହିଗଲା ସମସ୍ୟା ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । 

ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ୱାକଫ୍ ବିଲ୍‌ । ବିଲ୍ ସପକ୍ଷରେ ଭୋଟ୍‌ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଏନଆଇକୁ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଥିଲେ ବିଜେଡି ସାଂସଦ । କହିଥିଲେ ଯେ, ସେ ବିଲକୁ ସମର୍ଥନ କରିଛନ୍ତି । ତେବେ ବିଜେଡିର ବାକି ସାଂସଦଙ୍କ ସମ୍ପର୍କରେ ଏନେଇ କୌଣସି ଆଲୋଚନା କରିନାହାନ୍ତି । ୱାକଫ୍ ବିଲକୁ ନେଇ ପୂର୍ବରୁ ଜୋରଦାର ବିରୋଧ କରିଥିଲା ବିଜେଡି । ତେବେ ଭୋଟିଂରେ ଦଳର ସାଂସଦମାନେ ଭାଗ ନେବେ କି ନାହିଁ, ସେ ନେଇ ଦେଖାଦେଖାଇଥିଲା ଦ୍ବନ୍ଦ୍ବ । କିନ୍ତୁ ଗତକାଲି ସସ୍ମିତ ତାଙ୍କ ଟ୍ବିଟରରେ ଉଲ୍ଲେଖ କରିଥିଲେ ଯେ ଭୋଟିଂରେ ଭାଗ ନେବା ନେଇ କୌଣସି ହ୍ବିପ ଜାରି କରାଯାଇନାହିଁ । ତେଣୁ ସଦସ୍ୟମାନେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ । ସେପଟେ କିନ୍ତୁ ବିଜେଡିର ଅନ୍ୟତମ ସାଂସଦ ମୁନା ଖାନ୍ ବିଲ୍ ବିରୋଧରେ ନିଜର ମତ ରଖିଥିଲେ। ଏପରିକି ତାଙ୍କ ଦଳର ବିଲ୍‌ ବିରୋଧରେ ଭୋଟ୍‌ କରିବ ବୋଲି କହିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe