କନକ ବ୍ୟୁରୋ: ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍ୱାସ୍ଥ୍ୟ ସଚିବ ଏସ. ଅଶ୍ୱଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ଥିଲେ ନର୍ସିଂ ନିର୍ଦେଶକ, ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପ୍ରତିନିଧି । ଆଲୋଚନା ସକାରାତ୍ମକ ରହିଛି, ଧର୍ମଘଟ ପ୍ରତ୍ୟାହାର ପାଇଁ ନର୍ସିଂ ସଂଘକୁ ଅନୁରୋଧ କରିଛନ୍ତି ସ୍ଵାସ୍ଥ୍ୟ ସଚିବ । ସନ୍ଧ୍ୟା ସୁଦ୍ଧା ନର୍ସିଂ ଧର୍ମଘଟ ସମ୍ପର୍କରେ ଆସିବ ଚୂଡ଼ାନ୍ତ ନିଷ୍ପତ୍ତି । ସରକାରଙ୍କ ଏସମା ଚେତାବନୀ ସତ୍ବେ ଜିଦ୍ରେ ଅଟଳ ଅଛନ୍ତି ନର୍ସିଂ କର୍ମଚାରୀ। ରାଜ୍ୟବ୍ୟାପୀ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଜରୁରୀକାଳୀନ ରୋଗୀ ସେବାରେ କୌଣସି ବାଧା ସୃଷ୍ଟି ନକରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ନର୍ସିଂ କର୍ମଚାରୀ ସଂଘ।
ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ପ୍ରତିନିଧି ସାମିଲ
Advertisment
Follow Us