କନକବ୍ୟୁରୋ : ଆର୍ୟୁବେଦରେ ରହିଛି ଫାଇଲେରିଆ  ରୋଗର ସଫଳ ଚିକିତ୍ସା । ଏନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ ବାୟୋ ଟୋକ୍ନୋଲୋଜି ରିସର୍ଚ୍ଚରୁ ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଓଷଧୀୟ ଗଛରୁ ପ୍ରସ୍ତୁତ ଏହି ଓୌଷଧ ଖାଇ ରୋଗୀ ଉପଶମ ପାଉଛନ୍ତି।  

ଏବେ ଜାଣନ୍ତୁ ଏହି ରୋଗର ଉତ୍ପତ୍ତି ଓ ଲକ୍ଷଣ 

Advertisment

ଏହା ଶତକଡା ୯୦ଭାଗ ଉଚେରିଆ ବ।ଙ୍କ୍ରୋଫ୍ଟିଦ୍ୱାରା ବ୍ୟାପ୍ତ ହୋଇଥାଏ । ଉଭୟ ପୁରୁଷ ଏବଂ ସ୍ତ୍ରୀ କୀଟାଣୁ ଲସିକା ଗ୍ରନ୍ଥି ଓ ତନ୍ତ୍ରରେ ଗୁଚ୍ଛ ବାନ୍ଧି ରହିଥାନ୍ତି, ଯାହାଦ୍ୱାରା କି ଲସିକା ପରିବହନରେ ବାଧା ଶୃଷ୍ଟି ହୋଇଥାଏ ଓ ସ୍ଥାନ ଅନୁଯାୟୀ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଫୁଲିଥାଏ । ପୁରୁଷ କୀଟର ଦୈର୍ଘ୍ୟ ୩-୪ ସେଣ୍ଟିମିଟର ହୋଇଥିବା ବେଳେ ସ୍ତ୍ରୀକୀଟର ଦୈର୍ଘ୍ୟ ୮-୧୦ ସେଣ୍ଟିମିଟର ହୋଇଥାଏ । ବ୍ୟକ୍ତିରୁ ବ୍ୟକ୍ତି ପର୍ଯ୍ୟନ୍ତ ଏହା ମଶା କାମୁଡିବାଦ୍ୱାରା ବ୍ୟାପ୍ତ ହୋଇଥାଏ ।

୨୦୦୫ ମସିହାରେ ଏକ ପରିସଙ୍ଖ୍ୟାନ ତଥ୍ୟ ଅନୁଯାୟୀ ଲସିକା ଶ୍ଲୀପଦ ପ୍ରଭାବିତ ଚିହ୍ନଟ ସ୍ଥାୟୀ ଜିଲ୍ଲାଗୁଡ଼ିକ ହେଲେ ଅନୁଗୁଳ, ବାଲେଶ୍ୱର, ବୌଦ, କଟକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡା, ଖୋର୍ଦ୍ଧା, ନୟାଗଡ, ପୁରୀ  ।  ପ୍ରଥମେ ବିଶ୍ୱାସ କରାଯାଉଥିଲା ଯେ ପଶ୍ଚିମ ଓଡ଼ିଶା ଏହି ରୋଗଦ୍ୱାରା ଏତେଟା ପ୍ରଭାବିତ ନୁହେଁ, କିନ୍ତୁ ୨୦୦୭-୨୦୦୯ ମସିହାରେ ଏକ ଗଣନାଦ୍ୱାରା ଚମକପ୍ରଦ ତଥ୍ୟ ହସ୍ତଗତ ହୋଇଥିଲା ।  ଏହି ତଥ୍ୟ ଅନୁସାରେ ଇମ୍ୟୁନୋକ୍ରୋମାଟୋଗ୍ରାଫି ଟେଷ୍ଟ (ICT) ରିପୋର୍ଟ ଅନୁଯାୟୀ ସମଗ୍ର ଗଣନା ସଂଖ୍ୟାରୁ ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ଯୁକ୍ତIତ୍ମକ ବ୍ୟକ୍ତିଙ୍କ ସଂଖ୍ୟା ହେଲା –
ଅଞ୍ଚଳ    ଶତକଡ଼ା ହାର
ସମ୍ବଲପୁର    ୩୨.୨%
ବଲାଙ୍ଗିର    ୨୬.୭ %
ବରଗଡ଼    ୧୫.୩%
କେଉଁଝର    ୧୫.୬%
କନ୍ଧମାଳ    ୧୫.୫%
ସମଗ୍ର ପଶ୍ଚିମ ଓଡ଼ିଶା    ୨୦.୯%[୨]

୧୯୯୮-୧୯୯୯ ମସିହାରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ପରିସଙ୍ଖ୍ୟାନ ବିଭାଗ (NFHS-II)ର ଏକ ଆକଳନ ଅନୁଯାୟୀ ସ୍ତ୍ରୀଲୋକମାନେ ଏହାଦ୍ୱାରା ଅଧିକ ସଂକ୍ରମିତ । ଏବେ ଏହା ଏକ ପ୍ରମାଣିତ ତଥ୍ୟ ଯେ;-ଲସିକା ଶ୍ଲୀପଦ କେବଳ ଉପକୂଳ ଓଡ଼ିଶାରେ ସୀମିତ ନୁହେଁ  ।  ମଶାଦ୍ୱାରା ସଂକ୍ରମିତ ଏହି ରୋଗର ଚଞ୍ଚୁ କବଳରେ ସମଗ୍ର ଓଡ଼ିଶା  I ଅନ୍ୟାନ୍ୟ ଭୌଗଳିକ ସ୍ଥାନ – ଲସିକା ଶ୍ଲୀପଦ (lymphatic filariasis )  ପୃଥିବୀରେ ବହୁ ସ୍ଥାନରେ ନିଜର କାୟା ବିସ୍ତାର କରିଥାଏ ।  ଏହା ଆଫ୍ରିକା, ଦକ୍ଷିଣପୂର୍ବ ଏସିଆ, ପ୍ରଶାନ୍ତାମହାସାଗରୀୟ ଦ୍ୱୀପ ସମୂହ, ଦକ୍ଷିଣ ଆମେରିକା, ଭାରତ ଆଦି ଦେଶରେ ଦେଖାଯାଇଥାଏ ।  କେବଳ ଭାରତରେ ୪୫କୋଟି ଲୋକ ଏହି ରୋଗଦ୍ୱାରା ସଂକ୍ରମିତ ଓ ତନ୍ମଧ୍ୟରୁ ୨.୬୪କୋଟି ଲୋକ ଓଡ଼ିଶାରେ ଆକ୍ରାନ୍ତ।