କନକ ବ୍ୟୁରୋ: ଉଇ ଖାଇଗଲେ ଫାଇଲ। ଉଇ ଖାଇଗଲେ ଗରିବ ହିତାଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଫାଇଲ। ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆବେଦନ କରିଥିଲେ ହିତାଧିକାରୀ। ଯାହାର ଶହଶହ ଫାଇଲ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଲୟରେ ରହିଥିଲା। କିନ୍ତୁ ଏସବୁକୁ ଖାଇଦେଇଛି ଉଇ। କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟ ଟ୍ରେଜେରିରୁ ଉଇ ଖାଇଗଲେ ଗୁରୁତ୍ୱପୂର୍ଣ୍ଣ ଫାଇଲ। ତେବେ ବ୍ଲକ କର୍ମଚାରୀ ସବୁ ଦେଖି ଶୁଣି ଚୁପ ବସିଛନ୍ତି।

Advertisment

ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏକ ରୁମ ଭିତରୁ କାଠ ଆଲମିରାରେ ଥିବା ଗୁରୁତ୍ବପୂର୍ଣ୍ଣ ଫାଇଲକୁ ଖାଇ ଦେଇଛି ଉଇ। କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ବିଭିନ୍ନ ସରକାର ଯୋଜନା ପାଇଁ ଆବେଦନ କରିଥିଲେ ହିତାଧିକାରୀ। ଏହାର କିଛି ଦିନ ପରେ ପୁରୀ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରର ଶହଶହ ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ସିଡି ତଳେ ଫିଙ୍ଗି ଦିଆଯାଇଥିଲା । ପୁଣି ଏବେ କାଠ ଆଲମିରା ଭିତରେ ଲୋକଙ୍କ ଫାଇଲିରେ କୁଢ କୁଢ ଉଇ ଖାଇ ଯାଇଥିବାର ଖବର ସାମ୍ମାକୁ ଆସିଛି। ଅସୁରକ୍ଷିତ ଭାବରେ ପଡି ରହିଛି ଶହଶହ ଫାଇଲ। ଖୋଲାମେଲାରେ ବ୍ଲକ କାର୍ଯ୍ୟଳୟ ଭିତରେ ପଡି ରହିଛି ଲୋକମାନଙ୍କ କାଗଜପତ୍ର। ପୁରୀ ଜିଲ୍ଲା  କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟର ବିଡିଓ ଏବଂ କର୍ମଚାରୀମାନଙ୍କ ଏପରି ଖାମଖିଆଲ ନିତି ଯୋଗୁଁ ଅଞ୍ଚଳର ବୁଦ୍ଧିଜୀବିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।