ଟଙ୍କା ପୋଡ଼ି ମାମଲା, ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ଚାଲିବ ମହାଭିଯୋଗ, ପ୍ରସ୍ତାବକୁ ୨୦୭ ସାଂସଦ କଲେ ସମର୍ଥନ

ବିଚାରପତି ବର୍ମାଙ୍କ ବାସଭବନରୁ ବେହିସାବ ନଗଦ ଟଙ୍କା ମିଳିବା ପରେ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଥିଲା । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ସମର୍ଥନରେ ହସ୍ତାକ୍ଷର କରିଛନ୍ତି ୧୪୫ ସାଂସଦ । ସେହିଭଳି ସମାନ ପ୍ରସଙ୍ଗରେ ରାଜ୍ୟସଭାର ୫୪ ଜଣ ସାଂସଦ ମଧ୍ୟ ଉକ୍ତ ମହାଭିଯୋଗ ପ୍ରସ୍ତାବ ଉପରେ ହସ୍ତାକ୍ଷର କରିଛନ୍ତି । 

13

କନକ ବ୍ୟୁରୋ : ବାସଭବନରେ ଟଙ୍କା ପୋଡ଼ି ମାମଲାରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ପାଇଁ ବଢିଲା ଅଡ଼ୁଆ । ତାଙ୍କୁ ପଦରୁ ହଟାଇବା ପାଇଁ ସଂସଦରେ ମହାଭିଯୋଗ ଚଳାଇବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ବିଚାରପତି ବର୍ମାଙ୍କ ବାସଭବନରୁ ବେହିସାବ ନଗଦ ଟଙ୍କା ମିଳିବା ପରେ ତାଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଥିଲା । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ସମର୍ଥନରେ ହସ୍ତାକ୍ଷର କରିଛନ୍ତି ୧୪୫ ସାଂସଦ । ସେହିଭଳି ସମାନ ପ୍ରସଙ୍ଗରେ ରାଜ୍ୟସଭାର ୫୪ ଜଣ ସାଂସଦ ମଧ୍ୟ ଉକ୍ତ ମହାଭିଯୋଗ ପ୍ରସ୍ତାବ ଉପରେ ହସ୍ତାକ୍ଷର କରିଛନ୍ତି । 

ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଓ ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କ ସାଂସଦଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ମହାଭିଯୋଗ ପ୍ରସ୍ତାବ ପ୍ରଦାନ କରାଯାଇଛି । ଏହାପରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ଚଳାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe