କନକବ୍ୟୁରୋ : ଭାରତୀୟ ସେୟାର ବଜାରରେ ଯୁଦ୍ଧର ପ୍ରଭାବ । ୨୭ ଶହ ୪୩ ପଏଣ୍ଟ ଖସିଲା ସେନ୍‌ସେକ୍ସ ।   ୫୧୯ ପଏଣ୍ଟରୁ ତଳକୁ ଖସିଲା ନିଫ୍ଟି ।  ମଧ୍ୟପ୍ରାଚ୍ୟରେ ଇରାନ ଓ ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁ  ଉତ୍ତେଜନା ଏବଂ ବିଶ୍ୱବ୍ୟାପୀ ବଜାରର ଅସ୍ଥିରତା ଯୋଗୁ ଭାରତୀୟ ସେୟାର ମାର୍କେଟ ତଳକୁ ଖସିଛି ।  କ୍ରୁଡ୍ ତୈଳ ମୂଲ୍ୟ ଏବଂ ବାଣିଜ୍ୟ ପ୍ରବାହ ଉପରେ ଦୃଷ୍ଟି ରହିଛି ।  ନିଫ୍ଟି ୫୧୯ ପଏଣ୍ଟ ଖସି ୨୪ ହଜାର ୬୫୯ରେ ପହଞ୍ଚିଛି ।  

Advertisment

ଅଧିକ ପଢନ୍ତୁ ... ପାନୀୟ ବିରତିରେ ଲେଜର୍‌ ସୋ’କୁ ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର, ଶାସ୍ତ୍ରୀ

ବିଏସ୍‌ଇ ସେନ୍‌ସେକ୍ସ ୨୭ ଶହ ୪୩ ପଏଣ୍ଟ ଖସି ୭୮ ହଜାର ୫୪୩ରେ ପହଞ୍ଚିଛି । ସେୟାର ବଜରରେ ଏଭଳି ହ୍ରାସ ଯୋଗୁ ନିବେଶକଙ୍କ ସମ୍ପତ୍ତିରୁ ପ୍ରାୟ ୭.୮ ଲକ୍ଷ କୋଟି ଟଙ୍କା ପାଣିରେ ପଡିଛି ।  ୩,୭୬୫ଟି ସକ୍ରିୟ ଟ୍ରେଡ୍ ଷ୍ଟକ୍ ମଧ୍ୟରୁ ୩,୦୧୪ଟି ଖସିଥିବା ବେଳେ ମାତ୍ର ୫୯୬ଟି ବଢ଼ିଛି ଏବଂ ୧୫୫ଟି ଅପରିବର୍ତ୍ତିତ ରହିଛି ।  କ୍ରୁଡ୍ ତୈଳ ଜଡିତ ତୈଳ ବିପଣନ କମ୍ପାନୀ, ରଙ୍ଗ, ଟାୟାର, ବିମାନ ପରିବହନ ଏବଂ ରସାୟନ କ୍ଷେତ୍ର  ଉପରେ ଚାପ ରହିଥିବା ବିଶେଷଜ୍ଞମାନେ କହିଛନ୍ତି ।  ବଢ଼ିଥିବା ଇନପୁଟ୍ ଖର୍ଚ୍ଚ ମାର୍ଜିନ୍‌କୁ ବିପଦରେ ପକାଇବାର ଆଶଙ୍କା ରହିଛି ।   ଅଶୋଧିତ ତୈଳ ଦର ୧୩ ପ୍ରତିଶତ ହ୍ରାସ ପାଇଛି ।  ଭାରତୀୟ ବଜାର ସୋମବାର ଏକ ଭୟଙ୍କର ଅବସ୍ଥାରେ ପଡ଼ିଯାଇଛି । BSEର ବଜାର ମୂଲ୍ୟାଙ୍କନ ପୂର୍ବ ସେସନର ୪୬୩.୫୦ ଲକ୍ଷ କୋଟିରୁ ଖସି ୪୫୫.୭୦ ଲକ୍ଷ କୋଟିକୁ ପହଞ୍ଚିଥିଲା ।
ସେୟାର ବଜାରରେ ଯୁଦ୍ଧର ପ୍ରଭାବ
ନିବେଶକ ହରାଇଲେ ୮ ଲକ୍ଷ କୋଟି
ଭାରତୀୟ ସେୟାର ବଜାରରେ ଯୁଦ୍ଧର ପ୍ରଭାବ
୨୭ ଶହ ୪୩ ପଏଣ୍ଟ ଖସିଲା ସେନ୍‌ସେକ୍ସ 
୫୧୯ ପଏଣ୍ଟରୁ ତଳକୁ ଖସିଲା ନିଫ୍ଟି
ଇରାନ ଓ ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁ ବଜାର ତଳମୁହାଁ
ବିଶ୍ୱବ୍ୟାପୀ ବଜାରର ଅସ୍ଥିରତା ଯୋଗୁ ଭାରତୀୟ ସେୟାର ମାର୍କେଟ ତଳକୁ ଖସିଛି
ନିଫ୍ଟି ୫୧୯ ପଏଣ୍ଟ ଖସି ୨୪ ହଜାର ୬୫୯ରେ ପହଞ୍ଚିଛି
ବିଏସ୍‌ଇ ସେନ୍‌ସେକ୍ସ ୨୭ ଶହ ୪୩ ପଏଣ୍ଟ ଖସି ୭୮ ହଜାର ୫୪୩ରେ ପହଞ୍ଚିଛି
ଏଭଳି ହ୍ରାସ ଯୋଗୁ ନିବେଶକଙ୍କ ସମ୍ପତ୍ତିରୁ ପ୍ରାୟ ୭.୮ ଲକ୍ଷ କୋଟି ହରାଇଛନ୍ତି
୩,୭୬୫ଟି ସକ୍ରିୟ ଟ୍ରେଡ୍ ଷ୍ଟକ୍ ମଧ୍ୟରୁ ୩,୦୧୪ଟି ଖସିଛି
୩,୭୬୫ଟି ସକ୍ରିୟ ଟ୍ରେଡ୍ ମଧ୍ୟରୁ ମାତ୍ର ୫୯୬ଟି ବଢ଼ିଛି ଏବଂ ୧୫୫ଟି ଅପରିବର୍ତ୍ତିତ ରହିଛି
ତୈଳ ବିପଣନ କମ୍ପାନୀ, ରଙ୍ଗ, ଟାୟାର, ବିମାନ ପରିବହନ, ରସାୟନ କ୍ଷେତ୍ର ଉପରେ ଚାପ
ବଢ଼ିଥିବା ଇନପୁଟ୍ ଖର୍ଚ୍ଚ ମାର୍ଜିନ୍‌କୁ ବିପଦରେ ପକାଇବାର ଆଶଙ୍କା ରହିଛି।  
BSEର ବଜାର ମୂଲ୍ୟାଙ୍କନ ୪୬୩.୫୦ ଲକ୍ଷ କୋଟିରୁ ଖସି ୪୫୫.୭୦ ଲକ୍ଷ କୋଟିକୁ ଖସିଛି