ଭାରତ ଉପରେ ଯୁଦ୍ଧର ପ୍ରଭାବ, ଅଧାରୁ ଫେରିଲା ବେଙ୍ଗାଲୁରୁରୁ ଲଣ୍ଡନକୁ ଯାଉଥିବା ବିମାନ

Advertisment

ସେପଟେ ଜୁଲାଇ ୭ ପର୍ଯ୍ୟନ୍ତ ସମସ୍ତ ବିମାନ ସେବା ବାତିଲ କଲା ଇସ୍ରାଏଲ ।

ସେପଟେ ଜୁଲାଇ ୭ ପର୍ଯ୍ୟନ୍ତ ସମସ୍ତ ବିମାନ ସେବା ବାତିଲ କଲା ଇସ୍ରାଏଲ ।

ଭାରତରେ ଯୁଦ୍ଧର ପ୍ରଭାବ

ଭାରତରେ ଯୁଦ୍ଧର ପ୍ରଭାବ Photograph: (KanakNews)

କନକ ବ୍ୟୁରୋ: ଭାରତ ଉପରେ ପଡିଲାଣି ଯୁଦ୍ଧ ପ୍ରଭାବ । ବେଙ୍ଗାଲୁରୁର ଲଣ୍ଡନ ଉଡିବାକୁ ଥିବା ବ୍ରିଟିଶ ଏୟାରୱେଜ ବିମାନ ଅଧା ବାଟରୁ ଫେରିଛି । ଉଡାଣ ପାଇଁ ଅଧା ରାସ୍ତାରେ ଅନୁମତି ନମିଳିବାରୁ ଚେନ୍ନାଇ ବିମାନବନ୍ଦରକୁ ବିମାନ ଫେରି ଆସିଥିବା ସୂଚନା ମିଳିଛି ।

ସେପେଟ ଚେନ୍ନାଇ ରନୱେରେ ମଧ୍ୟ କିଛି ବିମାନ ଅଟକିଥିବା ସୂଚନା ମିଳିଛି । ସେପଟେ ଇସ୍ରାଏଲ ଯୁଦ୍ଧ ଭିତରେ ଜୁନ ୨୭ ପର୍ଯ୍ୟନ୍ତ ସମସ୍ତ ବିମାନ ଉଡାଣ ବାତିଲ କରିଥିବା ସୂଚନା ମିଳୁଛି ।

ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ । ଇରାନ୍-ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ୍ ଯୁଦ୍ଧ । ଆମେରିକା ଇରାନ୍ ଉପରେ ପରମାଣୁ ଆକ୍ରମଣ କରିବା ପରେ ତୀବ୍ର ହୋଇଛି ଯୁଦ୍ଧ । ଇରାନ୍ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଇସ୍ରାଏଲ୍ ଉପରେ ୩୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ତେହେରାନ୍ । ତେଲ ଅଭିଭ୍ ସମେତ ଇସ୍ରାଏଲର ଅନେକ ଅଞ୍ଚଳକୁ ଘନ ଘନ ମିସାଇଲ୍ ମାଡ଼ କରିଛି । ଇସ୍ରାଏଲ ଓ ଇରାନର ଅଧିକାଂଶ ସ୍ଥାନରେ ବାଜୁଛି ଯୁଦ୍ଧ ସାଇରନ୍। ଆମେରିକାର ନ୍ୟୁୟର୍କ ଓ ୱାଶିଂଟନରେ ହାଇଆଲର୍ଟ କରାଯାଇଛି ।

ଇରାନର ୩ଟି ପରମାଣୁ କ୍ଷେତ୍ର ଉପରେ ଆମେରିକା ପକ୍ଷରୁ ବୋମାବର୍ଷଣ କରାଯାଇଛି । ଫେର୍ଡୋ, ନତାଞ୍ଜ ଓ ଏସ୍‌ଫାହାନ୍ ପରମାଣୁ ଘାଟିକୁ ଟାର୍ଗେଟ୍ କରି ବୋମାମାଡ଼ କରିଛି ଆମେରିକା । ତିନିଟି ପରମାଣୁ ଘାଟିରେ ବି-୨ ବମ୍ବରରେ ବୋମାମାଡ଼ ହୋଇଛି । ଏଥିପାଇଁ ୬ଟି ବଙ୍କର ବଷ୍ଟର ବମ୍ ବ୍ୟବହାର କରିଛି ଆମେରିକା । ଭାରତୀୟ ସମୟ ଭୋର ୪ଟା ୩୦ରେ ଆକ୍ରମଣ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe