କନକ ବ୍ୟୁରୋ : ଭାରତ ଉପରେ ଟ୍ରମ୍ପ ଶୁଳ୍କର ପ୍ରଭାବ ପଡିବା ଆରମ୍ଭ କରିଛି । ଭାରତ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି । ଏହା ଫଳରେ ଭାରତ ଉପରେ ଏହାର ଗଭୀର ପ୍ରଭାବ ପଡିବା ଆଶଙ୍କା ସୃଷ୍ଟି ହେଲାଣି । ବିଶେଷକରି କପଡା ରପ୍ତାନୀ ଭୟଙ୍କର ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆଉ ଦୁଇଦିନ ମଧ୍ୟରେ ଏହାର ପ୍ରଭାବ ବି ଦେଖିବାକୁ ମିଳିଲାଣି । ଆମେରିକା ୭ ଅଗଷ୍ଟରୁ ଭାରତ ଉପରେ ୨୫% ଶୁଳ୍କ ଲାଗୁ କରିଛି ଏବଂ ୨୭ ଅଗଷ୍ଟରୁ ୨୫% ଅତିରିକ୍ତ ଶୁଳ୍କ ଲାଗୁ ହେବ ବୋଲି କହିଛି । ଭାରତ ଉପରେ ଏହି ଶୁଳ୍କ ଲାଗୁ ହେବା ସହିତ, ରପ୍ତାନିରେ ହ୍ରାସ ହେବାର ସମ୍ଭାବନା ଅଛି, ଭାରତରୁ ଆମେରିକା ଯାଉଥିବା ସାମଗ୍ରୀର ମୂଲ୍ୟକୁ ମଧ୍ୟ ଏହା ପ୍ରଭାବିତ କରିପାରେ । ଫଳରେ ଆମେରିକାରେ ବିକ୍ରି ହେଉଥିବା ଭାରତୀୟ ଉତ୍ପାଦନ ଗୁଡ଼ିକର ମୂଲ୍ୟବୃଦ୍ଧି ହେବାର ଆଶଙ୍କା ମଧ୍ୟ ରହିଛି ।
- ତାମିଲନାଡୁର କିଛି କପଡା କମ୍ପାନୀରେ ଉତ୍ପାଦନ ବନ୍ଦ
- ତିରିପୁରର କିଛି କମ୍ପାନୀରେ ଉତ୍ପାଦନ ବନ୍ଦ
- ଅନ୍ୟ କମ୍ପାନୀ ଉତ୍ପାଦନ ବନ୍ଦ ବିକଳ୍ପ ଉପରେ ବିଚାର କରୁଛନ୍ତି
- ଅର୍ଡରର କ୍ରିୟାନ୍ୱୟନ ଉପରେ ବି ରୋକ
- କପଡା ଶିଳ୍ପ ଅପେକ୍ଷା କରିବା ସ୍ଥିତିରେ ଅଛନ୍ତି
- ଦେଖ ଓ ଅପେକ୍ଷା କର ସ୍ଥିତିରେ ଅଛନ୍ତି କପଡା କମ୍ପାନୀ
- ବ୍ରିଟେନ ବଜାର ଉପରେ ଆଖି ରଖିଛନ୍ତି ତାମିଲନାଡୁ କମ୍ପାନୀ
- ନିକଟରେ ଭାରତ-ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ହୋଇଛି
- ତିରିପୁର ଭାରତର ପ୍ରମୁଖ ଟେକ୍ସଟାଇଲ ହବ୍
- ଏଠାରୁ ପ୍ରତ୍ୟେକ ବର୍ଷ ୪୫ ହଜାର କୋଟି ଟଙ୍କାର ରପ୍ତାନୀ ହୋଇଥାଏ
- ଏଥିରୁ ୩୦ % ଅର୍ଥାତ ୧୨ହଜାର କୋଟି ଆମେରିକାକୁ ଯାଇଥାଏ
- ଆମେରିକାର ରିଟେଲ ବିକ୍ରେତା ଭାରତରୁ ଆସୁଥିବା ଅର୍ଡରଗୁଡିକୁ ସ୍ଥିଗତ ରଖିଛନ୍ତି
- ଭାରତୀୟ ରପ୍ତାନୀକାରୀଙ୍କୁ ଇ-ମେଲ ଆସିଛି
- ରପ୍ତାନୀ ବନ୍ଦ ହେବା ଫଳରେ ବାଣିଜ୍ୟରେ ୪୦ରୁ ୫୦% ହ୍ରାସ ପାଇପାରେ