କନକ ବ୍ୟୁରୋ:            NRI ବରଙ୍କୁ ମୁହଁ ମୋଡ଼ିଲେଣି ଭାରତୀୟ
                             ଟ୍ରମ୍ପଙ୍କ ଫୁଟାଇଲେ H1-B  ଭିସା ବମ୍
                             ଧୀମା ପଡ଼ିଲା ଭାରତୀୟ ବାହା ବଜାର
                              ଘାଟା ସହୁଛନ୍ତି ମ୍ୟାଚ୍ ମେକିଙ୍ଗ କମ୍ପାନି

ଭାରତୀୟଙ୍କ ପାଇଁ କାଳ ହେଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ H1B  ଭିସା ନିୟମ । ଘାଟା ଖାଇଲା ଭାରତୀୟ ବାହା ବଜାର । ଆମେରିକାରେ ଚାକିରି କରୁଥିବା ପୁଅଙ୍କୁ ଝିଅ ବାହା ଦେବାକୁ ଡରୁଛନ୍ତି ଭାରତୀୟ ଅଭିଭାବକ ।

Advertisment

ଟ୍ରମ୍ପ H1B Visa  ଫିସ୍  ହାଇକ୍ କରିବା ପରେ ଭାରତରେ ଏହାର ସବୁଠୁ ବଡ଼ ପ୍ରଭାବ ଦେଖିବାକୁ ମିଳିଛି । ସବୁଠୁ ବଡ଼ ପ୍ରଭାବ ଦେଖିବାକୁ ମିଳିଛି ଭାରତୀୟ ବିବାହ ବଜାରରେ । ଟ୍ରମ୍ପ ଭିସା ଆବେଦନ କରିବାର ଫିସ୍ ବଢ଼ାଇବା ପରେ H1B  ଭିସା କରିବାକୁ ଏବେ ୧ ଲକ୍ଷ ଡଲାର ,ଭାରତୀୟ ମୂଲ୍ୟରେ ୮୮ ଲକ୍ଷ ଦେବାକୁ ପଡ଼ିବ ।  ଏହାପରେ ଆମେରିକାରେ କାମ କରିବାକୁ ଯିବାକୁ ପଛଘୁଞ୍ଚା ଦେଉଛନ୍ତି ଭାରତୀୟ ଯୁବକ । ଆଉ ଯେଉଁମାନେ ବି ଆମେରିକାରେ ଚାକିରି କରୁଛନ୍ତି ସେମାନେ ବି ନିଜ ସ୍ଥିତିକୁ ନେଇ ସନ୍ଦେହରେ । ଏକ ରିପୋର୍ଟ ମୁତାବକ, ଏବେ ଭାରତରେ ବାପା, ମାଆ  ଆଉ ଆମେରିକାରେ ଚାକିରି କରୁଥିବା ପୁଅଙ୍କୁ ଜ୍ବାଇଁ କରିବାକୁ ରାଜି ହେଉନାହାନ୍ତି ।

H1B  ଭିସା କ’ଣ?
H1B  ଭିସା ଆମେରିକାର ଏକ ନନ୍ ରେସିଡେନ୍ସିଆଲ ଭିସା ।  ଆମେରିକାର ନାମକରା  ଟେକ୍ନୋଲେଜି, ଇଞ୍ଜିନିୟରିଙ୍ଗ, ମେଡିକାଲ , ଫାଇନାନ୍ସ ଓ ଶିକ୍ଷା କ୍ଷେତ୍ରରେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ପାଇଁ ଏହା ଏକ ଅନୁମତି ପତ୍ର ଭଳି କାମ କରେ । କିନ୍ତୁ ଏହା ଉପରେ ବଳ କଷିଛନ୍ତି ଟ୍ରମ୍ପ । ଏଭଳି ଭିସା କରିବାକୁ ଏବେ ଆପ୍ଲିକେସନ୍ ଫି ବଢ଼ାଇଦେଇଛନ୍ତି । ଆମେରିକାରେ ଅଧିକାଂଶ ଭାରତୀୟ କାମ କରୁଥିବାରୁ ଟ୍ରମ୍ପଙ୍କ ଏହି ନିୟମ ଭାରତ ପାଇଁ ବଡ଼ ସମସ୍ୟା ଆଣିଛି ।  

ରିପୋର୍ଟ କହୁଛି, H1B  ଭିସା ଆଧାରରେ ଆମେରିକାରେ ପାଖାପାଖି ୭୧ ପ୍ରତିଶତ ଭାରତୀୟ ବିଭିନ୍ନ ସେକ୍ଟରରେ କାମ କରୁଛଉନ୍ତି । ଏ ନିୟମକୁ ନେଇ ହଇଚଇ ସୃଷ୍ଟି ହୋଇଥିବୋବେଳେ ଆମେରିକାର ପ୍ରେସ୍ ସେକ୍ରେଟାରୀ  କ୍ୟାରୋଲିନ୍ ଲେଭିଟ୍ ସ୍ପଷ୍ଟିକରଣ ଦେଇଛନ୍ତି । ପୂର୍ବରୁ ରହିଥିବା ବିଦେଶୀଙ୍କ ପାଇଁ ନୁହେଁ କି ଭିସା ରିନ୍ୟୁଆଲ ପାଇଁ ନୁହେଁ ବରଂ ଏହି ଭିସା ପାଇଁ ନୂଆ କରି ଆବେଦନ କରୁଥିବା ବିଦେଶୀଙ୍କ ପାଇଁ ନୂଆ ଦର ଲାଗୁ ହୋଇଛି ବୋଲି କହିଛନ୍ତି କ୍ୟାରୋଲିନା ।

ଭୋଜ୍ ଫର୍ ଇଟରନିଟିର ଫାଉଣ୍ଡର ଅନୁରାଧା ଗୁପ୍ତା କହିଛନ୍ତି, ଟ୍ରମ୍ପଙ୍କ H1B  ଭିସା ନୂଆ ନିୟମ ଘୋଷଣା ପରେ ଏହାର ବ୍ୟାପକ ପ୍ରଭାବ ଭାରତରେ ଦେଖିବାକୁ ମିଳୁଛି  । ଆମେରିକାରେ ରହୁଥିବା ବିଦେଶୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସବୁଠୁ ଅଧିକ । ପାଖାପାଖି ୨୧ ଲକ୍ଷ ଭାରତୀୟ ଏନଆରଆଇ ଆମେରିକାରେ ରହୁଛନ୍ତି । ପୂର୍ବରୁ ସେମାନଙ୍କ ସହ ବିବାହ କରିବାକୁ ଭାରତୀୟଙ୍କ ମଧ୍ୟରେ ଆଗ୍ରହ ଥିବାବେଳେ ଏବେ କିନ୍ତୁ ସେ ଆଗ୍ରହ ନାହିଁ।

କ୍ବିକ୍ ମ୍ୟାରେଜେସ୍ ସିଇଓ ବନଜୋ ରାଓଙ୍କ ବି କହିଛନ୍ତି, ଆଗରୁ ଭାରତରେ ଏନଆରଆଇ ଓ ବିଦେଶରେ ରହୁଥିବା ଯୁବକଙ୍କ ପାଇଁ କ୍ରେଜ୍ ବହୁତ ଅଧିକ ଥିଲା । କିନ୍ତୁ ଏବେ ଟ୍ରମ୍ପ ସତ୍ତାକୁ ଆସିବା ପରେ ସେ କ୍ରେଜ୍ ନାହିଁ । ଏହାସହ ଭାରତରେ ବିବାହ କରାଉଥିବା ସଂସ୍ଥା ବି ଘାଟା ସହୁଛନ୍ତି । କେବଳ ଭାରତରେ ନୁହେଁ ଟ୍ରମ୍ପଙ୍କ H1B  ଭିସା ନୀତି ବିଶ୍ବର ଅଧିକାଂଶ ଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି ।