କନକବ୍ୟୁରୋ : ସିନେମା ଦୃଶ୍ୟମ ଷ୍ଟାଇଲରେ ହତ୍ୟା । ପ୍ରେମିକ ସହ ମିଶି ସ୍ବାମୀଙ୍କ ହତ୍ୟା କରି ଗିରଫ ହେଲା ଅଭିଯୁକ୍ତ ପତ୍ନୀ । ମୁମ୍ବାଇ ନାଲସୋପାରରୁ ଆସିଛି ଘଟଣା  । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସ୍ବାମୀଙ୍କୁ ହତ୍ୟା କରିବା ପରେ ଶବକୁ ଘର ପରିସରରେ ୬ଫୁଟର ଗାତ ଖୋଳି ପୋତିଥିଲେ ଉଭୟ ଅଭିଯୁକ୍ତ ।

Advertisment

କାଳେ ଧରାପଡିଯିବେ ଏନେଇ ଗାତକୁ ଟାଇଲ ଲଗାଇବା ସହ ତା ଉପରେ ଗଛକୁଣ୍ଡ ଥୋଇଥିଲେ । ତେବେ ସର୍ମ୍ପକୀୟ ଭାଇ ବିଜୟଙ୍କୁ ଖୋଜି ଖୋଜି ଘରେ ପହଁଚିବା ପରେ ସନ୍ଦେହଜାତ ହୋଇଥିଲା । ଘରର କୋଣରେ ନୂଆ କରି ଟାଇଲସ ବିଛାଯିବା ସହ ସେଥିରୁ ଦୁର୍ଗନ୍ଧ ବାହାରିବା ପରେ ସନ୍ଦେହ ବଢ଼ିଥିଲା । ଖୋଳୁ ଖୋଳୁ ମିଳିଥିଲା ବିଜୟଙ୍କ ପୋଚା ଶବ  । ପରେ ପୁଲିସକୁ ଖବର ଦେବା ପରେ ଫେରାର ଅଭିଯୁକ୍ତଙ୍କ ଖୋଜ ଚାଲିଛି  ।