କନକ ବ୍ୟୁରୋ; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାରାବିଶ୍ବ ଚିନ୍ତାରେ ଥିବାବେଳେ ଭାରତ ଉପରେ ପଡିଛି ପ୍ରଭାବ। ବଢ଼ିଛି ଏଲପିଜି ଦର। ଘରୋଇ ଏଲପିଜି ସିଲିଣ୍ଡର ପିଛା ୬୦ଟଙ୍କା ବଢ଼ି ୯୧୩ଟଙ୍କାରେ ପହଁଚିଛି ।
ଥିଲା ୮୫୩ ଏବେ ୯୧୩ ଟଙ୍କା
ସେହିପରି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ପିଛା ୧୧୫ଟଙ୍କା ବଢ଼ି ହୋଇଛି ୧୮୮୩ ଟଙ୍କା ହୋଇଛି।
ବାଣିଜ୍ୟିକ ଏଲ୍ପିଜି (୧୯ କିଗ୍ରା)
ଥିଲା ୧୭୬୮ ଟଙ୍କା ୫୦ପଇସା ଏବେ ୧୮୮୩ ଟଙ୍କା
ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ଏଲପିଜି ଦର ବୃଦ୍ଧିକୁ ଯୁଦ୍ଧ ସହ ଯୋଡି ଦେଖାଯାଉଛି । ଇରାନ- ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ଦର ବୃଦ୍ଧି ପାଇଥିବା ଆଲୋଚନା ହେଉଛି । ତେବେ ଦେଶର ଅଧିକାଂଶ ପରିବାର ଏଲପିଜି ଗ୍ୟାସ ଉପରେ ନିର୍ଭର କରୁଥିବାରୁ ଦର ବୃଦ୍ଧିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଗୃହିଣୀ ।
ଯୁଦ୍ଧ କେବେ ବନ୍ଦ ହେବ ସେ ନେଇ କାହା ପାଖରେ ସଠିକ୍ ଉତ୍ତର ନଥିବାବେଳେ ସରକାରଙ୍କୁ ଘାରିଛି ଏଲପିଜି ଅଭାବ ଚିନ୍ତା। ଯୁଦ୍ଧକୁ ନଜରରେ ରଖି କେନ୍ଦ୍ର ସରକାର ଏକ ଜରୁରିକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଧିକାଂଶ ପରିବାରରେ ଏଲ୍ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି। ତେଣୁ ଏହାର ନିରବଛିନ୍ନ ଯୋଗାଣ ନିହାତି ଜରୁରି । ଅନ୍ୟପଟେ ଏଲପିଜି ଗ୍ୟାସ ଦର ବୃଦ୍ଧିକୁ ସାମୟିକ କହି ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ପଶ୍ଚିମ ଏସିଆରେ ଅସ୍ଥିରତା, ଆମଦାନି ମୂଲ୍ୟ ବୃଦ୍ଧି, ଯୋଗାଣ ଶୃଙ୍ଖଳରେ ବାଧା କାରଣରୁ ଏଲପିଜି ଦର ବୃଦ୍ଧି ପାଇଛି ।
ଏଲ୍ପିଜି ଦର ୬୦ ଟଙ୍କା ବଢ଼ିଲା, ବାଣିଜ୍ୟିକ ଏଲ୍ପିଜି ୧୧୫ ଟଙ୍କା ହେଲା ମହଙ୍ଗା । ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବର ଭାରତର ଏଲ୍ପିଜି ଗ୍ରାହକଙ୍କ ଉପରେ ପଡ଼ିଛି । ୧୪.୨ କିଗ୍ରା ବିଶିଷ୍ଟ ଏଲ୍ପିଜି ଦର ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଥିବାବେଳେ ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ଦାମ୍ ସିଲିଣ୍ଡର ପିଛା ୧୧୫ ଟଙ୍କା ବଢ଼ିଛି । ଏହା ଫଳରେ ଦିଲ୍ଲୀରେ ଘରୋଇ ଏଲ୍ପିଜି ଦର ୮୫୩ ଟଙ୍କା ପରିବର୍ତ୍ତେ ୯୧୩ ଟଙ୍କା ହୋଇଛି। ସେହିଭଳି ଦିଲ୍ଲୀରେ ବାଣିଜ୍ୟିକ ଏଲ୍ପିଜି ଦର ୧୭୬୮.୫୦ ପଇସାରୁ ବୃଦ୍ଧି ପାଇ ୧୮୮୩ ଟଙ୍କାରେ ପହଞ୍ଚିଛି । ମାର୍ଚ୍ଚ ୭ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ନେଇ ଏକ ସୂତ୍ରରୁ ଜଣାଯାଇଛି। ସେପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସରକାରଙ୍କୁ ଦେଶରେ ଏଲ୍ପିଜି ଅଭାବ ଚିନ୍ତା ଘାରିଛି ।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଜରୁରିକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲ୍ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଧିକାଂଶ ପରିବାରରେ ଏଲ୍ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି। ତେଣୁ ତାହାର ନିରବଚ୍ଛିନ୍ନ ଯୋଗାଣ ନିହାତି ଜରୁରି । ଏହାକୁ ଦୃଷ୍ଟିରେ ରଖି ଏଲ୍ପିଜି ଉତ୍ପାଦନ ପାଇଁ ପ୍ରୋପେନ୍ ଓ ବ୍ୟୁଟେନ୍ ଗ୍ୟାସ୍ ବ୍ୟବହାର କରିବାକୁ ତୈଳ ବିଶୋଧନ କମ୍ପାନିଗୁଡ଼ିକୁ କୁହାଯାଇଛି। ଅନ୍ୟ କୌଣସି ପେଟ୍ରୋ ରସାୟନ ସାମଗ୍ରୀ ଉତ୍ପାଦନରେ ଏହି ଦୁଇ ଗ୍ୟାସ୍ ବ୍ୟବହାର କରିବାକୁ ବାରଣ କରାଯାଇଛି ।
୧୪.୨ କିଗ୍ରା ବିଶିଷ୍ଟ ଏଲ୍ପିଜି ଦର ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି
୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ଦାମ୍ ସିଲିଣ୍ଡର ପିଛା ୧୧୫ ଟଙ୍କା ବଢ଼ିଛି
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସରକାରଙ୍କୁ ଦେଶରେ ଏଲ୍ପିଜି ଅଭାବ ଚିନ୍ତା
ଏଲ୍ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ
ଦେଶର ଅଧିକାଂଶ ପରିବାରରେ ଏଲ୍ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି
ତେଣୁ ତାହାର ନିରବଚ୍ଛିନ୍ନ ଯୋଗାଣ ନିହାତି ଜରୁରି
ପ୍ରୋପେନ୍ ଓ ବ୍ୟୁଟେନ୍ ଗ୍ୟାସ୍ ବ୍ୟବହାର କରିବାକୁ ତୈଳ ବିଶୋଧନ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/us-iran-war-impact-2026-03-07-20-30-44.jpg)