କେନ୍ଦ୍ରାପଡା, ଭଦ୍ରକରେ ପଡିଲାଣି ବାତ୍ୟା ପ୍ରଭାବ ; ସମୁଦ୍ରରେ ୫୦୦ କିଲୋମିଟର ଦୂରରେ ‘ଦାନା’

ସ୍ଥଳଭାଗରେ ଅନୁଭୂତ ହେଲାଣି ବାତ୍ୟାର ପ୍ରଭାବ । ଏହା ଧିରେ ଧିରେ ଅଗ୍ରସର ହେଉଛି ପାରାଦୀପଠାରୁ ଦକ୍ଷିଣପୂର୍ବ ଦିଗରେ ୫୦୦ କିମି ଦୂରରେ ରହିଛି । ଉଠିପାରେ ୨ ମିଟର ଜୁଆର , ଉତ୍ତର ପଶ୍ଟିମ ଦିଗରେ ଗତି କରୁଛି ବାତ୍ୟା ।

କେନ୍ଦ୍ରାପଡା, ଭଦ୍ରକରେ ପଡିଲାଣି ବାତ୍ୟା ପ୍ରଭାବ ; ସମୁଦ୍ରରେ ୫୦୦ କିଲୋମିଟର ଦୂରରେ ‘ଦାନା’

କନକ ବ୍ୟୁରୋ: ପାଖେଇ ଆସୁଛି ବାତ୍ୟା ‘ଦାନା’ । ତାଜା ସୂଚନା ଅନୁସାରେ,  ଏବେ ଏହା ପାରାଦୀପଠାରୁ ୫୦୦ କିଲୋମିଟର ଦୂରରେ ରହିଛି । ଏହା ଉତ୍ତରପଶ୍ଚିମ ଦିଗରେ ୧୫ କିଲୋମିଟର ବେଗରେ ଗତି କରୁଛି । ପ୍ରଭାବରେ  ଏକାଧିକ ଜିଲ୍ଲାରେ ଆରମ୍ଭ ହେଲାଣି ବର୍ଷା ।

ଆଇଏମଡି ସୂଚନା ଅନୁସାରେ, ସ୍ଥଳଭାଗରେ ଅନୁଭୂତ ହେଲାଣି ବାତ୍ୟାର ପ୍ରଭାବ ।  ଏହା ଧିରେ ଧିରେ ଅଗ୍ରସର ହେଉଛି ପାରାଦୀପଠାରୁ ଦକ୍ଷିଣପୂର୍ବ ଦିଗରେ ୫୦୦ କିମି ଦୂରରେ ରହିଛି । ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି । ଏହା ଭୟଙ୍କର ଘୁର୍ଣ୍ଣିବାତ୍ୟାର ରୂପ ନେବ । ପବନର ବେଗ ୧୦୦ରୁ ୧୨୦ମିଟର ରହିବାର ସମ୍ଭାବନା ଅଛି । ଉପକୂଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ଉଠିପାରେ ୨ ମିଟର ଜୁଆର , ଉତ୍ତର ପଶ୍ଟିମ ଦିଗରେ ଗତି କରୁଛି ବାତ୍ୟା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe