ଆଜି ଦିନ ତମାମ ଘାଣ୍ଟିବ ଦାନା ; ସନ୍ଧ୍ୟା ସାଢେ ୫ଟା ଯାଏଁ ରଚିବ ତାଣ୍ଡବ ।

ଆଜି ଦିନ ତମାମ ଘାଣ୍ଟିବ ଦାନା । ବାତ୍ୟା ରୂପରେ ସନ୍ଧ୍ୟା ସାଢେ ୫ଟା ଯାଏଁ ରଚିବ ତାଣ୍ଡବ । ପ୍ରବଳ ବର୍ଷା ନେଇ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୯ଜିଲ୍ଲାକୁ ରେଡ଼ ଓ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ୧୨ ଜିଲ୍ଲାକୁ ପବନ ଭୟ ।

8dina

କନକ ବ୍ୟୁରୋ: ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି । ହେଲେ ଏବେବି ଭୟ ଯାଇନି । ପାଣିପାଗ ବିଭାଗର ଆକଳନ ଅନୁସାରେ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଭୀଷଣ ବାତ୍ୟା ରୂପରେ ରହିଛି । ତା’ପରେ ସାମାନ୍ୟ ଦୁର୍ବଳ ହୋଇ ପୂର୍ବାହ୍ନ ବେଳକୁ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ । ଯାହାର ପ୍ରଭାବ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ ରହିବ । ଏହି ସମୟରେ ବାତ୍ୟା ତାର ଗତିପଥ ମଧ୍ୟ ବଦଳାଇବ ।  ଧିରେ ଧିରେ ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆହୁରୀ ଦୁର୍ବଳ ହେବ । 

ସକାକୁ ସନ୍ଧ୍ୟା ପର୍ଯ୍ୟନ୍ତ ଭୀଷଣ ବାତ୍ୟା ଓ ବାତ୍ୟା ରୂପରେ ଭିତର ଦେଇ ଗତି କରିବ ଦାନା , ଯାହାର ପ୍ରଭାବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭାବନା ରହିଛି । ସେଥିପାଇଁ ୯ଜିଲ୍ଲାକୁ ରେଡ଼ ଓ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିକରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe