କନକ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନର ପ୍ରଭାବ । ମୌସୁମୀ ଛୁଇଁଲା ହେଲେ ନାହିଁ ବର୍ଷା । ୧୪ ଦିନ ଯାଏ ଲାଗି ରହିପାରେ ଏପରି ସ୍ଥିତି । କେରଳ ଉପକୂଳକୁ ମୌସୁମୀ ୨୪ ମଇରେ ଛୁଇଁଥିଲା । ଏହାର ୪ ଦିନ ପରେ ଓଡ଼ିଶାକୁ ଅଗ୍ରସର ହୋଇଥିଲା ମୌସୁମୀ । କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବା ସହ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଉତ୍ତରପୂର୍ବ ରାଜ୍ୟ ମୁହାଁ ହୋଇଛି । ଏହା ଶୁଷ୍କ ବାୟୁକୁ ଆକର୍ଷଣ କରିବା ସହ ମୌସୁମୀ ଅଗ୍ରସରରେ ବାଧା ସୃଷ୍ଟି କରିଥିଲା ।
ଫଳରେ ୨୯ ମଇ ପରଠାରୁ ପରବର୍ତ୍ତୀ ୩ ଦିନ ହେବ ମୌସୁମୀ ବିରାମ ନେଇଛି । ଏହି ପ୍ରକ୍ରିୟା ଆଗାମୀ ୯-୧୦ ଲାଗିରହିବାର ସମ୍ଭାବନା ରହିଛି । ଅବପାତ ପ୍ରଭାବ ପରେ ଦୁଇଟି ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ସଂଲଗ୍ନ ଅଂଚଳରେ ସକ୍ରିୟ ହୋଇଥିବାରୁ ଉତ୍ତର ପଶ୍ଚିମ ଦିଗରୁ ଏହା ଶୁଷ୍କ ବାୟୁ ପ୍ରବାହକୁ ପ୍ରଶମିତ କରିବା ସହ ବିରାମକୁ ଆହୁରି ସକ୍ରିୟ କରିଛି । ଫଳରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଗୁଳୁ ଗୁଳି ବଢିଛି ଏବଂ ବିଜୁଳି ଘଡ଼ଘଡ଼ି ବୃଦ୍ଧି ପାଇଁ ଅନୁକୂଳ ପାଣିପାଗ ସୃଷ୍ଟି ହୋଇଛି ।