କନକ ବ୍ୟୁରୋ: ଦେଶର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଡ଼ିଛି । ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍‌ର ଦେଶବ୍ୟାପୀ ଆନ୍ଦୋଳନ । ଦେଶର ୨୫ କୋଟିରୁ ଅଧିକ ଶ୍ରମିକ ଧର୍ମଘଟରେ ସାମିଲ ହୋଇଛନ୍ତି । ଏଥିରେ ବ୍ୟାଙ୍କିଙ୍ଗ, ବୀମା, ଡାକ ସେବାଠାରୁ ଆରମ୍ଭ କରି କୋଇଲା ଖଣିରେ କାମ କରୁଥିବା ଶ୍ରମିକ ସାମିଲ ହୋଇଛନ୍ତି  । ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ଏହାକୁ ‘ଭାରତ ବନ୍ଦ’ର ଡାକରା ଦେଇଛନ୍ତି । ୟୁନିଅନ ସଂଘ କହିଛି, ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି । ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ୍‌ର ଏହି ଧର୍ମଘଟକୁ କଂଗ୍ରେସ ସମର୍ଥନ କରିବ ବୋଲି ଘୋଷଣା କରିଛି ।

Advertisment


ଭାରତ ବନ୍ଦ: କାହିଁକି ପ୍ରତିବାଦ? 

-ଶ୍ରମିକ ସୁରକ୍ଷାକୁ କ୍ଷତି ପହଞ୍ଚାଉଛି ଶ୍ରମ ନୀତି 
-୪ଟି ନୂତନ ଶ୍ରମ କୋଡ୍ ପାଇଁ ଦାବି
-ବେକାରି ଏବଂ ମୁଦ୍ରାସ୍ଫୀତି ବୃଦ୍ଧି 
-ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ନାଗରିକ ସୁବିଧାରେ ହ୍ରାସକୁ ବିରୋଧ
-ଯୁବକଙ୍କୁ ଚାକିରି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି
-୧୦ ବର୍ଷ ମଧ୍ୟରେ କୌଣସି ଶ୍ରମ ସମ୍ମିଳନୀ କରାଯାଇନାହିଁ
-ଶ୍ରମିକଙ୍କ ସଂଘ ଗଠନ ଏବଂ ଧର୍ମଘଟ କରିବାର ଅଧିକାର ପୁନଃସ୍ଥାପିତ କରାଯାଉ
-ବିଶେଷ  କରି ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି 
-ନୂତନ ନିଯୁକ୍ତି ସହିତ ସରକାରୀ ଖାଲି ପଦବୀ ପୂରଣ ଦାବି
-ମନରେଗା ମଜୁରୀ ବୃଦ୍ଧି ସହ ଏହାକୁ ସହରାଞ୍ଚଳରେ ଲାଗୁ କରିବାକୁ ଦାବି