Organ Donate Photograph: (Kanak news)
କନକ ବ୍ୟୁରୋ: ଖଲ୍ଲିକୋଟ୍ ବ୍ଲକ ଆମ୍ବଝର ନୂଆପଲ୍ଲୀ ଗାଁର ପୁଅ ପଞ୍ଚୁ , ଆଜି ସେ ସାରା ଦୁନିଆ ପାଇଁ ଅମର ହୋଇଯାଇଛି । କୌଣସି ସଞ୍ଜିବନୀ ପିଇ ନୁହେଁ, ବରଂ ଅଙ୍ଗଦାନ କରି । ନିଜେ ସିନା ଚାଲିଯାଇଛନ୍ତି, ହେଲେ ଅନ୍ୟ ମୁହଁରେ ଫୁଟାଇ ଦେଇଯାଇଛନ୍ତି ହସ । ମନରେ ସଞ୍ଚାର କରିଯାଇଛନ୍ତି ଆଶାର କିରଣ, ସେ ବି ବଞ୍ଚିବାର । ଗୋଟିଏ ଅସହାୟ ପରିବାର, ଯିଏ ନିଜ ଭେଣ୍ଡିଆ ପୁଅକୁ ହରାଇଛି । କାନ୍ଦି କାନ୍ଦି ମା’ର ତଣ୍ଟି ପଡ଼ିଗଲାଣି, ସ୍ତ୍ରୀ ନିଜ ସିନ୍ଦୁରକୁ ହରାଇ ଚିତ୍କାର କରୁଛି । ଏ ଖବର ବଖାଣଇବା ବାସ୍ତବରେ ବହୁ କଠିନ ।
କବିରାଜ ପ୍ରଧାନଙ୍କ ସାନ ପୁଅ ପଞ୍ଚୁ । ୧୫ ବର୍ଷ ଧରି ସୁରଟର ଏକ ସୂତାକଳରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗତ ନଭେମ୍ବର ୧୭ରେ କାମରୁ ଫେରୁଥିବା ସମୟରେ ହଠାତ ରାସ୍ତାରେ ପଡ଼ି ବେହୋସ ହୋଇଗଲେ । କିଛି ସାଙ୍ଗ ନେଇ ହସ୍ପିଟାଲ୍ରେ ଭର୍ତ୍ତି କରିବାରୁ ଡାକ୍ତର ବ୍ରେନ୍ ଡେଡ୍ ବୋଲି ଘୋଷଣା କଲେ । ପରେ ଡାକ୍ତର ଓ ସମାଜସେବୀ ଅଙ୍ଗଦାନ ସମ୍ପର୍କରେ ପରିବାର ଲୋକଙ୍କୁ ବୁଝାଇଥିଲେ । ପରିବାରର ସହମତିରେ ପଞ୍ଚୁଙ୍କର ୨ଟି କିଡ୍ନି ଓ ଲିଭର୍କୁ ଦାନ କରାଯାଇଛି । ଦାଦନ ଶ୍ରମିକଙ୍କ ମୃତ୍ୟୁ ପରେ ପରିବାରର ଏପରି କାର୍ଯ୍ୟ ନିଶ୍ଚିତ ଭାବେ ପ୍ରଶଂସନୀୟ ।
ଅଧିକ ପଢ଼ନ୍ତୁ---ଅଲୋଡ଼ା ହୀରା ମାଣିକ;ଆବାସ ମିଳୁନି କି ନାହିଁ ରାସନ
Follow Us