କନକ ବ୍ୟୁରୋ: ଅକ୍ଟୋବରରେ ବାତ୍ୟାର ସମୟ । ଏହାକୁ ନେଇ ଏବେଠୁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲେ ବି ଠିକଣା ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏବେଯାଏଁ ବାତ୍ୟାର କୌଣସି ମିଳିନଥିବା ସେ କହିଛନ୍ତି । ତାଙ୍କ କହିବା ଅନୁସାରେ, ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପ ସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ । ଏସବୁ ସମୟରେ ପ୍ରତିବର୍ଷ ସାଧାରଣତଃ ବଙ୍ଗୋପସାଗର ଏବଂ ଆରବ ସାଗରରେ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ । ତା ଭିତରେ ୩ଟି ବତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ । ମାତ୍ର ଏ ବର୍ଷ ଏଯାଏଁ କୌଣସି ବାତ୍ୟା ବଙ୍ଗୋପସାଗର କିମ୍ବା ଆରବସାଗରରେ ସୃଷ୍ଟି ହୋଇନାହିଁ । ହେଲେ ଅକ୍ଟୋବରରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।
ସେପଟେ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ପଶ୍ଚିମ ରାଜସ୍ଥାନରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି । ଏପଟେ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ଆଜି ବି ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ହେଲେ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି କୁହାଯାଇଛି ।