କନକ ବ୍ୟୁରୋ : ପୋକରା ଚାଉଳକୁ ନେଇ କାଶୀପୁର ରାସନ ହିତାଧୀକାରିଙ୍କ ମଧ୍ୟରେ ଅସନ୍ତୋଷ। ତୁରନ୍ତ ପୋକରା ଚାଉଳ ଫେରସ୍ତ କରି ଭଲ ଚାଉଳ ଦେବାକୁ ଦାବି କରିଛନ୍ତି ହାଡିଗୁଡା ପଚାଂୟତ ହିତାଧିକାରୀ ।  ହାଡିଗୁଡା ପଚାଂୟତ ପାଇଁ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୩ ମାସ ପାଇଁ ହିତାଧିକାରୀଙ୍କୁ ରାସନ ଚାଉଳ ଦେବା ପାଇଁ ଅକ୍ଟୋବର ମାସରେ ପଚାଂୟତକୁ ଚାଉଳ ଆସିଥିଲା । ହେଲେ ଚାଉଳ ବସ୍ତା ଫିଟାଇବା ପରେ ସେଥିରୁ ପୋକ ଚାଲୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାସନ କାର୍ଡ ହିତାଧିକାରୀ ଚାଉଳ ନନେଇ ଭଲ ଚାଉଳ ଦେବାକୁ ଦାବି କରିଛନ୍ତି । ହିତାଧିକାରୀ ଅଭିଯୋଗ କରିଛନ୍ତି ଯେ ସରକାର ମାଗଣା ଚାଉଳ କହି ଆମକୁ ମାଗଣାରେ ରୋଗ ଦେଉଛନ୍ତି । ଏହି ପୋକରା ଚାଉଳ ପଶୁ ଖାଇଦା ଯୋଗ୍ୟ ନୁହେଁ । ସରକାର ଭଲ ଚାଉଳ ନଦେଲେ, ପଚାଂୟତ କାର୍ୟ୍ୟାଳୟ ଚାବି ପକାଇ ଧାରଣାରେ ବସିବାକୁ ଚେତାବନି ଦେଇଛନ୍ତି ହିତାଧିକାରୀ।