କନକ ବ୍ୟରୋ: ସବୁ ଜାଣି ଚୁପ୍ ବସିଥିଲା ବିଏମ୍ସି!
ବେଆଇନ ଘୋଷଣା ପରେ ବି କାହିଁକି କଢ଼ାଯାଇନଥିଲା ହୋର୍ଡିଂ?
ରାଜଧାନୀରେ ହୋର୍ଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ପରେ ଏବେ ବିଏମ୍ସିର ଚେତା ପଶିଛି । ଯେଉଁ ହୋର୍ଡିଂ ଯୋଗୁଁ ଏ ଅଘଟଣ ଘଟିଲା ତାହା ବେଆଇନ ବୋଲି ଘୋଷଣା ହୋଇଥିଲା । ଏଠି ପ୍ରଶ୍ନ ଉଠୁଛି, ଏ ସବୁ ଜାଣି ମଧ୍ୟ କାହିଁକି ନିଆଯାଇନଥିଲା ପଦକ୍ଷେପ? କ’ଣ ବଡ଼ ଅଘଟଣକୁ ଅପେକ୍ଷା କରିଥିଲା କି ବିଏମ୍ସି?
ଟଙ୍କା ଲୋଭରେ ମନଇଚ୍ଛା ବେଆଇନ ହୋର୍ଡିଂ କରାଯାଉଛି । କୌଣସି ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉ ନାହିଁ। ଆଉ ଅଘଟଣ ଘଟିବା ପରେ ତତ୍ପରତା ପ୍ରକାଶ ପାଉଛି । ବିଏମ୍ସି କମିସନର କହିଛନ୍ତି ମାସେ ଭିତରେ ସବୁ ବେଆଇନ ହୋର୍ଡିଂ ହଟାଇବାକୁ ପ୍ରୟାସ କରାଯିବ । ଅନ୍ୟପଟେ ହୋର୍ଡିଂ ଅଘଟଣ ମାମଲାରେ ପୁଲିସ ଜଣଙ୍କୁ ଗିରଫ କରି ଚୁପ୍ ବସିଛି । ରାଜଧାନୀର ଅନେକ ଜନଗହଳିପୂର୍ଣ୍ଣ ସ୍ଥାନରେ ମାଳମାଳ ହୋର୍ଡିଂ ରହିଛି । ସେ ସବୁର ସୁରକ୍ଷା କେବେ ଯାଞ୍ଚ ହେବ, କେବେ ହଟାଯିବ ବେଆଇନ ହୋର୍ଡିଂ ତା ଉପରେ ନଜର ।
Follow Us