କଟକରେ ବେଆଇନ ବନ୍ଧୁକ କାରଖାନା, ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ

Advertisment

କଟକ ବଇଆଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ । କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢାଉ ବେଳେ ଜବତ ହେଲା ବିପୁଳ ପରିମାଣର ବନ୍ଧୁକ । ୪ ଜଣ ଗିରଫ, ଏବେ ବି ଚାଲିଛି ଚଢାଉ ।

କଟକ ବଇଆଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ । କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢାଉ ବେଳେ ଜବତ ହେଲା ବିପୁଳ ପରିମାଣର ବନ୍ଧୁକ । ୪ ଜଣ ଗିରଫ, ଏବେ ବି ଚାଲିଛି ଚଢାଉ ।

20-କାରଖାନା

କନକ ବ୍ୟୁରୋ: କଟକରୁ ବେଆଇନ ବନ୍ଧୁକ କାରଖାନା ଠାବ । ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ୍ ଜବତ କରାଯାଇଛି । ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ । ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ  କାରଖାନା ହୋଇଥିଲା । ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ  କାରଖାନା ତିଆରି କରି ହତିଆର କାରବାର ଚାଲିଥିଲା । ଦୀର୍ଘ ଦିନ ହେବ ଏହି କାରଖାନା ଚାଲି ଆସୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଏହି ବନ୍ଧୁକ  କାରଖାନା ଉପରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି । ଏବେ ବି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଅଧିକାରୀ ଚଢାଉ ଜାରି ରଖିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe