କନକ ବ୍ୟୁରୋ: କଟକରୁ ବେଆଇନ ବନ୍ଧୁକ କାରଖାନା ଠାବ । ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ୍ ଜବତ କରାଯାଇଛି । ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚଦ୍ର ବେହେରା ନାମକ ବ୍ୟକ୍ତିଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା ତିଆରି କରି ହତିଆର କାରବାର ଚାଲିଥିଲା । ଦୀର୍ଘ ଦିନ ହେବ ଏହି କାରଖାନା ଚାଲି ଆସୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଏହି ବନ୍ଧୁକ କାରଖାନା ଉପରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି । ଏବେ ବି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ର ଅଧିକାରୀ ଚଢାଉ ଜାରି ରଖିଛନ୍ତି ।
କଟକରେ ବେଆଇନ ବନ୍ଧୁକ କାରଖାନା, ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ
କଟକ ବଇଆଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ । କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ର ଚଢାଉ ବେଳେ ଜବତ ହେଲା ବିପୁଳ ପରିମାଣର ବନ୍ଧୁକ । ୪ ଜଣ ଗିରଫ, ଏବେ ବି ଚାଲିଛି ଚଢାଉ ।
/kanak/media/media_files/2025/03/13/QE1o62oGUfQ9beBICBY3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)