କନକ ବ୍ୟୁରୋ :  ଭାରତ ଫେରିଲେ ୧୦୪ଜଣ ପ୍ରବାସୀ ଭାରତୀୟ । ଆମେରିକାର ମିଲିଟାରୀ ପ୍ଲେନ୍ ସି-୧୪୭ରେ ଆମେରିକାରେ ଅବୈଦ୍ଧ ଭାବେ ରହୁଥିବା ଭାରତୀୟ ନାଗରିକଙ୍କୁ ଭାରତ ନେଇ ଆସିଛି । ଏହି ପ୍ଲେନ୍ ଅମୃତସରରେ ଅବତରଣ କରିଛି । 

Advertisment

ତେବେ ଭାରତ ଫେରୁଥିବା ୧୦୪ଜଣ ଭାରତୀୟଙ୍କ ମଧ୍ୟରେ ୧୩ଜଣ ପିଲା, ୭୯ ପୁରୁଷ, ୨୫ଜଣ ମହିଳା ରହିଛନ୍ତି । ୩୩ଜଣ ନାଗରିକ କେବଳ ଗୁଜରାଟରୁ ରହିଛନ୍ତି । ଗୁଜୁରାଟ ନାଗରୀକମାନେ ଅମୃତସର ବିମାନବନ୍ଦରରେ ରହିବେ । ସେଠାରୁ ସିଧାସଳଖ ତାଙ୍କୁ ଗୁଜରାଟ ପଠାଇଦିଆଯିବ । 

ମିଳିଥିବା ସୂଚନା ଆଧାରରେ, ଆମେରିକାରୁ ଭାରତ ଆସୁଥିବା ନାଗରିକଙ୍କୁ ମେକ୍ସିକୋ ଓ ଆମେରିକା ବର୍ଡରରୁ ଚିହ୍ନଟ କରାଯାଇଥିଲା । କୁହାଯାଉଛି କି ଏମାନେ ଅବୈଦ୍ଧ ଭାରେ ଆମେରିକାରେ ପ୍ରବେଶ କରିଥିଲେ । ଆମେରିକାରେ ୭.୨୫ହଜାରରୁ ଅଧିକ ଭାରତୀୟ ଅବୈଦ୍ଧ ଭାବେ ରହୁଥିବା ସୂଚନା ରହିଛି । ସେ ସମସ୍ତଙ୍କୁ ପର୍ୟ୍ୟାୟ କ୍ରମେ ଭାରତ ଫେରିବାକୁ  ହେବ । ତେବେ କହୁରଖୁଛୁ କି ଭାରତ ଫେରିଥିବା ଏହି ୧୦୪ଜଣ ନାଗରିକଙ୍କୁ ଗିରଫ କରାଯିବ ନାହିଁ । କାହିଁକିନା ଏମାନେ କୌଣସି ପ୍ରକାର ଭାରତୀୟ ଆଇନକୁ ଉଲଂଘନ କରିନାହାନ୍ତି ।