କନକ ବ୍ୟୁରୋ: ଲାଲଗଡ଼ରେ ବେଆଇନ ପଥର ବ୍ଲାଷ୍ଟିଂ । ତୁଳସୀ ପାହାଡରେ ବ୍ଲାଷ୍ଟିଙ୍ଗ କରି କ୍ରସର କରୁଛି ଆନ୍ଧ୍ରପ୍ରଦେଶ କମ୍ପାନି । ବ୍ଲାଷ୍ଟିଂ ବେଳର ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ବହୁ ଚର୍ଚ୍ଚିତ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ ଉପରେ ବ୍ଲାଷ୍ଟିଙ୍ଗ ହେବା ଫଳରେ ଏବେ ଲାଲଗଡବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ରାସ୍ତାର ଆଳ ଦେଖାଇ ଲାଲକରିଡର ତଥା ତୁଳସୀ ଘାଟିରେ ବେଆଇନ କ୍ରସର ପଏଣ୍ଟ କରିଥିଲା ଆନ୍ଧ୍ରପ୍ରଦେଶର ଠିକା କମ୍ପାନି । ବ୍ଲାଷ୍ଟିଙ୍ଗ ସାଙ୍ଗ କୁ ହଜାର ହଜାର ଗଛ କାଟିଥିଲା ହାଇଗ୍ରୀଭା ଠିକା କମ୍ପାନୀ । ଏପଟେ ଏହାକୁ ବିରୋଧ କରି ତୁଳସୀ ଅଞ୍ଚଳର ଲୋକେ ଗାଁରେ ଶୋଭାଯାତ୍ରା କରିଛନ୍ତି । ରାସ୍ତା ହେଉ କିନ୍ତୁ କ୍ରସର ପଏଣ୍ଟ ନ ହେବା ଲାଗି ଦାବି କରିଛନ୍ତି ଗ୍ରାମବାସୀ ।
ଲାଲଗଡ଼ରେ ବେଆଇନ୍ ପଥର ବ୍ଲାଷ୍ଟିଂ: ତୁଳସୀ ପାହାଡ଼ରେ ବ୍ଲାଷ୍ଟିଂ କରି କ୍ରସର କରୁଛି ଆନ୍ଧ୍ର ପ୍ରଦେଶର କମ୍ପାନି
ରାସ୍ତାର ଆଳ ଦେଖାଇ ଲାଲକରିଡର ତଥା ତୁଳସୀ ଘାଟିରେ ବେଆଇନ କ୍ରସର ପଏଣ୍ଟ କରିଥିଲା ଆନ୍ଧ୍ରପ୍ରଦେଶର ଠିକା କମ୍ପାନି । ବ୍ଲାଷ୍ଟିଙ୍ଗ ସାଙ୍ଗ କୁ ହଜାର ହଜାର ଗଛ କାଟିଥିଲା ହାଇଗ୍ରୀଭା ଠିକା କମ୍ପାନି ।
/kanak/media/media_files/2025/08/16/8-2025-08-16-07-49-45.jpg)