କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ବେଆଇନ ମାଟି ଖନନର ତଦନ୍ତ ଆରମ୍ଭ କଲା ପ୍ରଶାସନ । ଝାରସୁଗୁଡ଼ାରେ ବେଆଇନ ମାଟି କାରବାର ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଚାରି ଜଣିଆ ଟିମ୍‌ ବେହେରାପାଲି ଓ କୁକୁରଜଂଘା ଗାଁ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

Advertisment

ସେପଟେ ବେଆଇନ ମାଟି ଖନନରେ ବ୍ୟବହୃତ ହେଉଥିବା ଦୁଇଟି ଗାଡ଼ିକୁ ଜବତ କରିଛି ଟିମ । ଏହି ଚାରି ଜଣିଆ ଟିମରେ ଅଛନ୍ତି ସ୍ଥାନୀୟ ତହସିଲଦାର, ଜିଲ୍ଲା ଖଣି ଅଧିକାରୀ, ଜିଲ୍ଲା ବନ ବିଭାଗର ଜଣେ ଅଧିକାରୀ ଓ ସ୍ଥାନୀୟ ପୁଲିସ । ସମସ୍ତ ମାଟି ପ୍ରାଇଭେଟ ପ୍ଲଟରୁ ଉଠାଯାଇଥିବା କହିଛନ୍ତି ତହସିଲଦାର ।