କନକ ବ୍ୟୁରୋ: ଖୋଲୁଛି ବୈକୁଣ୍ଠ ଧାମ ଆଶ୍ରମର ଅଧ୍ୟକ୍ଷ ପାଣ୍ଡବ ପରିଡ଼ାର ପୋଲ । ପାଣ୍ଡବ କେବଳ ଆଶ୍ରମର ଅଧ୍ୟକ୍ଷ ନଥିଲେ ଖଣ୍ଡଗିରି ବାରିରେ ଆଶ୍ରମ ନିକଟରେ ଥିବା ଏକ ସ୍କୁଲର ସମ୍ପାଦକ ମଧ୍ୟ ଥିଲେ ପାଣ୍ଡବ ପରିଡ଼ା । ଆଉ ଏହି ସ୍କୁଲଟି ବେଆଇନ ଭାବେ ଚାଲିଥିଲା । ଏହା ଆମେ କହୁନୁ, ଶିକ୍ଷା ବିଭାଗ ଏନେଇ ସୂଚନା ଦେଇଛି। 

Advertisment

କନକ ନ୍ୟୁଜ୍‌କୁ ସୂଚନା ଦେଇ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ସ୍କୁଲ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଅନୁମତି ମିଳିନଥିଲା। ସେଠାରେ ଯେଉଁ ପିଲା ପାସ୍ କରିବେ ଅନ୍ୟ ସ୍କୁଲରେ ନାମ ଲେଖାଇବାରେ ଅସୁବିଧା ହେବ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠ ପଢାଯାଉଥିଲା। ଏବେ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଚାଲୁଛି । ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଠାଇବା ପାଇଁ ସେଠାରେ ଭିତ୍ତିଭୂମିର ଅଭାବ ରହିଛି। ଯଦି ଦଶମ ଶ୍ରେଣୀ ଯାଏଁ ପଢାଯାଉଛି ତାହା ବେଆଇନ। ପୂର୍ବରୁ ଏହି ସ୍କୁଲର ନୋଟିସ୍ ବୋର୍ଡରେ ପାଣ୍ଡବ ପରିଡ଼ାଙ୍କ ଫଟୋ ରହିଥିଲା। ହେଲେ ଆଶ୍ରମ ସମ୍ପର୍କରେ ଖବର ପ୍ରସାରଣ ପରେ ସ୍କୁଲର ପାଣ୍ଡବ ପରିଡ଼ାଙ୍କ ଫଟୋ ଗାଏବ ହୋଇଯାଇଛି। କେବଳ ଫଟୋ ନୁହଁ ନିଜେ ପାଣ୍ଡବରଙ୍କ ବି ଆଉ ଦେଖାମିଳୁନି। ପୂର୍ବରୁ ମିଡିଆ ସାମ୍ନାକୁ ଆସି ଆଶ୍ରମ ସମ୍ପର୍କରେ ଓକିଲାତି କରୁଥିବା ବେଳେ ଏବେ କୁଆଡେ ଗଲେ ପାଣ୍ଡବ ତାକୁ ନେଇ ପ୍ରଶ୍ନ।