କନକ ବ୍ୟୁରୋ : ବେଆଇନ ବାଲି ପରିବହନ ସମୟରେ ମାଡିବସିଲା ପୁଲିସ । ୩ଟି ବାଲି ବୋଝେଇ ହାଇୱା ଓ ଗୋଟିଏ ଟିପର ଜବତ ହୋଇଛି । ଚାଳକମାନଙ୍କୁ ଅଟକ ରଖିଛି ନନ୍ଦିପଦା ପୁଲିସ । ବର୍ଷାଋତୁକୁ ଲକ୍ଷ୍ୟ ରଖି କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ତରଫରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବାଲି ପରିବହନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ହେଲେ ବୈତରଣୀ ଅବବାହିକାର ହାଟଡିହି ବ୍ଲକ୍ ଅଞ୍ଚଳରେ ଥିବା ବାଲିଘାଟ ଲିଜଧାରୀ ମାନେ ଏହାକୁ ମାନୁନାହାଁନ୍ତି । ଯାହାର ସ୍ପଷ୍ଟ ପ୍ରମାଣ ଆଜିର ଏହି ବଡବଡ ଗାଡିରେ ବାଲି ଚାଲାଣ ହେଉଥିବା ଘଟଣାରୁ ମିଳିଛି । ଆଜି ଭୋର୍ ସମୟରେ ବାଲି ବୋଝେଇ କରି ଗାଡିଗୁଡିକ ରାସ୍ତାରେ ଯାଉଥିବାବେଳେ ନନ୍ଦିପଦା ପୁଲିସର ପେଟ୍ରୋଲିଂ ଟିମ୍ ହାତରେ ଧରାପଡିଛି । ସବୁ ଗାଡିର ଡ୍ରାଇଭରଙ୍କୁ ଅଟକରଖି ଅଧିକ ତଦନ୍ତ ଚଳାଇଛି ପୁଲିସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us