କନକ ବ୍ୟୁରୋ : କଟକ ଖଣି ଉପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ବେଖାତିର । ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଲୁଣା ନଦୀରୁ ଚାଲିଛି ବେଆଇନ୍ ବାଲି ଉତ୍ତୋଳନ । ପୋକଲିନ ମେସିନ ଜରିଆରେ ଦିନ ରାତି ବାଲି ଉତ୍ତୋଳନ କରାଯାଉଛି । ଏଭଳି ବେଆଇନ୍ ବାଲି ଉତ୍ତୋଳନର ଚିତ୍ର କନକ ନ୍ୟୁଜ ହାତରେ ଲାଗିଛି । ଗତ ଜୁଲାଇ ୨ତାରିଖରେ କଟକ ଖଣି ଉପ ନିର୍ଦ୍ଦେଶକ ଜିଲ୍ଲାର ସମସ୍ତ ବାଲିଘାଟ ଲିଜଧାରୀଙ୍କୁ ବାଲି ଉତ୍ତୋଳନ ନକରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ନିଶ୍ଚିନ୍ତକୋଇଲି ଥାନା ଓ ତହସିଲ ଠାରୁ ମାତ୍ର ୬ କିଲୋମିଟର ଦୂରରେ ବେଆଇନ ଭାବେ ବାଲି ଉତ୍ତୋଳନ ହେଉଥିଲେ ବି ପ୍ରଶାସନ କେମିତି ଆଖି ବୁଜିଦେଇଛି ତାହା ଏବେ ଚର୍ଚ୍ଚାର ବିଷୟ ।