କନକ ବ୍ୟୁରୋ : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ମହୁଲପାଲି ବାଲି ଘାଟରେ ବେଆଇନ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶେଖ ମହମ୍ମଦ ୱାଜିଦ ଓରଫ ଛୁଟକା ଗିରଫ । ଅବୈଧ ବାଲି ଖନନରେ ବ୍ୟବହୃତ ୫ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ଜଗଦଳପୁର ଥାନା କେଶ ନମ୍ବର ୦୮ ଆଧାରରେ ଅଭିଯୁକ୍ତ ଛୁଟକାକୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ : ବେଆଇନ ଖଣି ଖନନକୁ ଏନ୍ଜିଟି ଛାଟ: ତଦନ୍ତ ଦଳ ଗଠନ
ଏପଟେ ବାଲି ମାଫିଆଙ୍କୁ ସାବାଡ କରିବାକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି । ନୂଆ ଏସଓପି ଆଣି ବାଲି ଚୋରି ରୋକିବାକୁ ଘୋଷଣା କରିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ପୂର୍ବରୁ ମାଫିଆ ଯେମିତି ବାଲି ଚୋରି କରୁଥିଲେ, ଏବେ ସେମିତି କରୁଛନ୍ତି । ବାଲି ଲୁଟୁଛନ୍ତି, ଧରାପଡିଲେ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି । ଯାହାକି ବାଲି ଲୁଟ୍ ରୋକିବା ପାଇଁ ଖଣି ବିଭାଗର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/15/sand-mafia-2026-02-15-07-57-50.jpeg)