ଖୋର୍ଦ୍ଧାରେ ଚାଲିଛି ବେଆଇନ ଖଣି ଉତ୍ତୋଳନ । ୫ ଲିଜଧାରୀଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ଏତଲା

Advertisment

ମହାପ୍ରଭୁଙ୍କ ଖଣିରୁ ବେଆଇନ ଖଣିଜ ସମ୍ପଦ ଉତ୍ତୋଳନରେ ଚାଲିଥିଲା ମହାଦୁର୍ନୀତି। କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ। ତେବେ ଏନେଇ ପ୍ରମାଣ ମିଳିବା ପରେ ୧୯ ଜଣଙ୍କ ରୟାଲଟି ବାତିଲ କରିବା ସହ ଜରିମାନା କରାଯାଇଛି।

ମହାପ୍ରଭୁଙ୍କ ଖଣିରୁ ବେଆଇନ ଖଣିଜ ସମ୍ପଦ ଉତ୍ତୋଳନରେ ଚାଲିଥିଲା ମହାଦୁର୍ନୀତି। କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ। ତେବେ ଏନେଇ ପ୍ରମାଣ ମିଳିବା ପରେ ୧୯ ଜଣଙ୍କ ରୟାଲଟି ବାତିଲ କରିବା ସହ ଜରିମାନା କରାଯାଇଛି।

khordha dining

କନକ ବ୍ୟୁରୋ: ମହାପ୍ରଭୁଙ୍କ ଖଣିରୁ ବେଆଇନ ଖଣିଜ ସମ୍ପଦ ଉତ୍ତୋଳନରେ ଚାଲିଥିଲା ମହାଦୁର୍ନୀତି। କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ। ତେବେ ଏନେଇ ପ୍ରମାଣ ମିଳିବା ପରେ ୧୯ ଜଣଙ୍କ ରୟାଲଟି ବାତିଲ କରିବା ସହ ଜରିମାନା କରାଯାଇଛି। ଯେଉଁମାନେ ଜରିମାନା ଦେଇ ନାହାନ୍ତି ସେମାନଙ୍କ ବିରୋଧରେ ଥାନାରେ ହୋଇଛି ମାମଲା।

  • ଖୋର୍ଦ୍ଧାରେ ଚାଲିଛି ବେଆଇନ ଖଣି ଉତ୍ତୋଳନ
  • ୫ ଲିଜଧାରୀଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ଏତଲା 

ବେଆଇନ ଖଣିଜ ସମ୍ପଦ ଉତ୍ତୋଳନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୋଟିସର କୌଣସି ଉତ୍ତର ନଦେବା ଖଣି ଲିଜଧାରୀଙ୍କୁ ମହଙ୍ଗା ପଡିଛି । ୧୯ ଖଣି ମାଲିକଙ୍କୁ ଚିଠି କରିବା ସହ ୫ଜଣଙ୍କ ବିରୋଧରେ ଖେର୍ଦ୍ଧା ସଦର ଥାନାରେ ଏତଲା ଦିଆଯାଇଛି। ଏଥିସହ ଯେ ପର୍ଯ୍ୟନ୍ତ ଜରିମାନା ଓ ଅନ୍ୟାନ୍ୟ ଦେୟ ପଇଠ ନହୋଇଛି, ସେ ପର୍ଯ୍ୟନ୍ତ ଖଣି ମାଲିକଙ୍କୁ ଖଣିଜ ସମ୍ପଦ ଉତ୍ତୋଳନ ଅନୁମତି ବାତିଲ କରିଛନ୍ତି।

ଚିଠି ଅନୁସାରେ, ୧୯ ଜଣ ଖଣି ମାଲିକଙ୍କୁ ୨୦୨୨-୨୩ ବର୍ଷରେ ଧାର୍ଯ୍ୟ ଅନୁମତିଠାର ଅଧିକ ମହାପ୍ରଭୁଙ୍କ ଖଣିରୁ ବେଆଇନ୍‌ ଖଣି ଉତ୍ତୋଳନ ପାଇଁ ରୟାଲଟି ଓ ପେନାଲ୍ଟି ବାବଦକୁ ୨୨ କୋଟି ୬୫ ଲକ୍ଷ ୨୩ ହଜାର ୭ଶହ ୬୧ ଟଙ୍କା ଜରିମାନା କରାଯାଇଛି।  ତେବେ ନୋଟିସ୍ ପାଇଥିବା ୧୪ଜଣ ଜରିମାନା ଭରି ଦେଇଥିବାରୁ ୫ଜଣଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି। ଦେବସ୍ମିତା ସାମନ୍ତରାୟ, ଜଗଦୀଶ ବରାଳ, ଅଜୟ ଅଗ୍ରୱାଲ,ନରେନ୍ଦ୍ର ଭୁରେ,ଦେବଜାନି ପ୍ରହରାଜଙ୍କ ନାମରେ ସଦର ଥାନାରେ ମାମଲା ରୁଜୁ ହୋଇଛି।

ତେବେ ପ୍ରଶ୍ନ ଉଠୁଛି, ଖଣି ଦୁର୍ନୀତିର ଗୁମର ଖୋଲିବ ନା କେବଳ ଜରିମାନା କରି ବସି ପଡିବେ ସରକାର? ଖଣି ଦୁର୍ନୀତି ପଛରେ ରହିଛି କେଉଁ ମାନଙ୍କ ହାତ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe