ଜେସିବି ଲଗାଇ ଜବରଦଖଲ ଉଦ୍ୟମ । ୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ ।

Advertisment

ଜଣେ ମହିଳାଙ୍କ ଘରକୁ ଜବରଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ ରୁ ୧୫ ଦୃର୍ବୃର୍ତ୍ତ । ଜେସିବି ଲଗାଇ ଘର ଗେଟ ପାଚେରୀ ଭାଙ୍ଗିଥିଲେ ଏହି ଦୃର୍ବୃର୍ତ୍ତମାନେ ।

ଜଣେ ମହିଳାଙ୍କ ଘରକୁ ଜବରଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ ରୁ ୧୫ ଦୃର୍ବୃର୍ତ୍ତ । ଜେସିବି ଲଗାଇ ଘର ଗେଟ ପାଚେରୀ ଭାଙ୍ଗିଥିଲେ ଏହି ଦୃର୍ବୃର୍ତ୍ତମାନେ ।

New Project (3)ads

କନକ ବ୍ୟୁରୋ:  ଭୁବନେଶ୍ୱରରେ ମାତିଛନ୍ତି ଜମି ଜବରଦଖଲକାରୀ,୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଇନ୍ଫୋସିଟି ଥାନା ନିକଟସ୍ଥ କିଟ୍ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଜବରଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ରୁ ୧୫ ଦୃର୍ବୃର୍ତ୍ତ । ଜେସିବି ଲଗାଇ ଘର ଗେଟ୍ ପାଚେରୀ ଭାଙ୍ଗିଥିଲେ ଏହି ଦୃର୍ବୃର୍ତ୍ତମାନେ । ଜବରଦସ୍ତ ଟଙ୍କା ନେବା ସହ ଧମକ ମଧ୍ୟ ଦେଇଥିଲେ । ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ ମହିଳା ଜଣକ । ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଜଣା ପଡ଼ିଛି ଯେ ଏମାନେ ମୃତ ବ୍ୟକ୍ତିଙ୍କ ନାମରେ ପାୱାର ଆଟର୍ନି ପ୍ରସ୍ତୁତ କରି ବିଭିନ୍ନ ଲୋକଙ୍କ ସହ ଏଗ୍ରିମେଣ୍ଟ କରି ଜମି ବିକୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe