କନକ ବ୍ୟୁରୋ:  ଭୁବନେଶ୍ୱରରେ ମାତିଛନ୍ତି ଜମି ଜବରଦଖଲକାରୀ,୩ ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଇନ୍ଫୋସିଟି ଥାନା ନିକଟସ୍ଥ କିଟ୍ ଛକ ନିକଟରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଜବରଦଖଲ କରିବା ପାଇଁ ଉଦ୍ୟମ କରିଥିଲେ ୧୦ରୁ ୧୫ ଦୃର୍ବୃର୍ତ୍ତ । ଜେସିବି ଲଗାଇ ଘର ଗେଟ୍ ପାଚେରୀ ଭାଙ୍ଗିଥିଲେ ଏହି ଦୃର୍ବୃର୍ତ୍ତମାନେ । ଜବରଦସ୍ତ ଟଙ୍କା ନେବା ସହ ଧମକ ମଧ୍ୟ ଦେଇଥିଲେ । ଏନେଇ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ ମହିଳା ଜଣକ । ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତରୁ ଜଣା ପଡ଼ିଛି ଯେ ଏମାନେ ମୃତ ବ୍ୟକ୍ତିଙ୍କ ନାମରେ ପାୱାର ଆଟର୍ନି ପ୍ରସ୍ତୁତ କରି ବିଭିନ୍ନ ଲୋକଙ୍କ ସହ ଏଗ୍ରିମେଣ୍ଟ କରି ଜମି ବିକୁଥିଲେ ।