କନକ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କ ଜବରଦଖଲ ଜମିରେ ଫଳକ ଲଗାଇବା ପରେ ଚିନ୍ତାରେ ସିକ୍ୟୁରିଟି ଗାର୍ଡ । ଜମିକୁ ଜଗିଥିଲା ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି । ଶ୍ରୀଜଗନ୍ନାଥଙ୍କ ଜମିଙ୍କୁ କିଛି ଜବରଦଖଲ କରିଥିଲେ କିଛି ଦୁର୍ବୃତ୍ତ । ପରେ ଏଥିରେ ତାର ବାଡ଼ ଗୁଡାଇ ଫଳକ ମାରିଥିଲେ ଶ୍ରୀମନ୍ଦିର ପ୍ରଶାସନ। ଆଉ ଏଠାରେ ସୁରକ୍ଷାକର୍ମୀଙ୍କୁ ଜଗାଇଥିଲେ । ହେଲେ ଏବେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ଦେଖାଦେଇଛି । ଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜା ଖାତା ନମ୍ବର୍ ୭୯୧ର ୬ଟି ପ୍ଲଟର ପ୍ରାୟ ୫୦ ଡେସିମିଲି ଜାଗାକୁ ତାର ବାଡ଼ ବୁଲାଇ ଜବରଦଖଲ କରାଯାଇଥିଲା । କୁମ୍ଭାରପଡ଼ା ଥାନାରେ ଏହା ବିରୋଧରେ ଏତଲା ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ।

Advertisment

ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜବରଦଖଲ ଘଟଣାରେ ଜବରଦଖଲକାରୀଙ୍କୁ ଝଟକା ଲାଗିଥିଲା । କାରଣ ଜବରଦଖଲ ହୋଇଥିବା ଜମି ଉପରେ ଫଳକ ମାରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ ବୋଲି ସୂଚନା ଫଳକରେ ଉଲ୍ଲେଖ କରାଯାଇଛି । କୁମ୍ଭାରପଡ଼ା ଥାନାରେ ଏହା ବିରୋଧରେ ଏତଲା ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ ।