କନକ ବ୍ୟୁରୋ: ଆମେରିକା ଫେରନ୍ତାଙ୍କ ଲୋମଟାଙ୍କୁରା କାହାଣୀ । ବେଆଇନ ଭାବେ ଆମେରିକା ଯିବା ନର୍କ ଯାତ୍ରା ଠାରୁ କିଛି କମ୍‌ ନୁହେଁ ବୋଲି କହିଛନ୍ତି ଆମେରିକାରୁ ଫେରିଥିବା ଭାରତୀୟ । ଦକ୍ଷିଣ ଆମେରିକାକୁ ଲମ୍ବା ବିମାନ ଯାତ୍ରା, ସମୁଦ୍ରରେ ଡଙ୍ଗାରେ ବିପଜ୍ଜନକ ଯାତ୍ରା, ପାହାଡିଆ ଜଙ୍ଗଲୀ ରାସ୍ତାରେ ୪୫ କିଲୋମିଟର ଧରି ଲମ୍ବା ପଦ ଯାତ୍ରା, ରାସ୍ତାରେ କିଏ ଆହତ ହେଲେ ତାଙ୍କୁ ସେଠାରେ ଛାଡ଼ି ଯିବାକୁ ବାଧ୍ୟ। ଏଭଳି ଅନେକ ଦୁଃଖ ବଖାଣିଛନ୍ତି ବେଆଇନ ଭାବେ ଆମେରିକା ଯାଇଥିବା ଭାରତୀୟ। ଏହାସହ କୌଣସି ଭୁଲ ମାର୍ଗରେ ବିଦେଶ ନଯିବାକୁ ଦେଇଛନ୍ତି ପରାମର୍ଶ।

Advertisment

ସେପଟେ ଏହି ପ୍ରସଙ୍ଗକୁ ନେଇ  ସଂସଦରେ ତୁମ୍ବିତୋଫାନ । ଏନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଜୋରଦାର ଆକ୍ରମଣ କରିଛନ୍ତି । କେନ୍ଦ୍ର ସରକାର ଏନେଇ କ’ଣ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସେପଟେ ସଂସଦରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଉତ୍ତର ରଖିଛନ୍ତି । ସେ କହିଛନ୍ତି, ‘ମୁଁ ଆପଣମାନଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଗତିଶୀଳତା ଏବଂ ପ୍ରବାସ ଏକ ଦେଶକୁ ଆଗକୁ ନେବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏକ ରାଷ୍ଟ୍ର ଭାବରେ, ଆମେ ଆଇନଗତ ଗତିଶୀଳତାକୁ ପ୍ରୋତ୍ସାହିତ କରୁ ଏବଂ କେବେ ବି ବେଆଇନ ପ୍ରବାସକୁ ପ୍ରୋତ୍ସାହିତ କରିନାହୁଁ । ଆମର ନାଗରିକମାନେ ଯେଉଁମାନେ ବେଆଇନ ଭାବେ ଅନ୍ୟ କୌଣସି ଦେଶକୁ ଯାଇଛନ୍ତି, ସେହି ଦେଶ ସେମାନଙ୍କୁ ଠାବ କରି ସେମାନଙ୍କ ଆଇନ ଅନୁଯାୟୀ ଫେରାଇବା ପ୍ରକ୍ରିୟା ଗଣହ କରୁଛନ୍ତି। ଏହି ପ୍ରକ୍ରିୟା ନୂଆ ନୁହେଁ’ ବୋଲି ଜୟଶଙ୍କର କହିଛନ୍ତି।