କନକ ବ୍ୟୁରୋ: ବର୍ଷ ବର୍ଷ ଧରି ସରକାରୀ ଜମିକୁ ଜବର ଦଖଲରେ ରଖିଥିଲେ । ସ୍କୁଲ ଜମିରେ ଘର କରି ରହୁଥିଲେ ପୁରା ପରିବାର । ଏବେ ସେ ଘରକୁ ଭାଙ୍ଗି ଦେଇଛି ପ୍ରଶାସନ । ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ସରକାର ଆକ୍ସନ ମୋଡରେ ଅଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ କଳାହାଣ୍ଡି କୋକସରା ତହସିଲ ଅନ୍ତର୍ଗତ ଅଂଚଳରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜବରଦଖଲକାରୀଙ୍କ ଘରେ ବୁଲିଲା ବୁଲଡୋଜର । ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ କଳାହାଣ୍ଡି କୋକସରା ତହସିଲ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ମହିମା ପଞ୍ଚାୟତ ଡେଙ୍ଗାଗୁଡା ହାଇସ୍କୁଲ ନିକଟରେ ବୁଲଡୋଜର ବୁଲିଛି । ସ୍କୁଲ ଜମିରେ ତିଆରି ହୋଇଥିବା ଘରକୁ ଭାଙ୍ଗି ଦିଆଯାଇଛି। ବାହାରେ ଘରର ଆସବାବପତ୍ର ବିଛାଡ଼ି ହୋଇ ପଡିରହିଛି ।
ଅଭିଯୋଗ ଅନୁସାରେ ଡେଙ୍ଗାଗୁଡ଼ା ଉଚ୍ଚ ବିଦ୍ୟାଳୟ ଜମିରେ ଘର କରି ରହୁଥିଲେ ଅଭିମନ୍ୟୁ ନାଏକଙ୍କ ପରିବାର । ଫଳରେ ବିଦ୍ୟାଳୟର ଉନ୍ନତିକରଣ କାମରେ ବାଧା ଉପୁଜିଥିଲା । ଏନେଇ କୋକସରା ତହସିଲଦାରଙ୍କ ପାଖରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ଆଧାରରେ ତହସିଲ ପକ୍ଷରୁ ଉଚ୍ଛେଦ ପାଇଁ ଅଭିମନ୍ୟୁଙ୍କୁ ନୋଟିସ ହୋଇଥିଲା । ଘର ଖାଲି କରିବାକୁ ୧୫ ଦିନ ସମୟ ଦିଆଯାଇଥିଲା । ଜବରଦଖଲକାରୀ ନିଜ ଜିନିଷ ପତ୍ର ବାହାର କରିବା ପରେ ପ୍ରଶାସନ ବୁଲଡୋଜର ଘର ଭାଙ୍ଗି ଦେଇଛି । ଅନ୍ୟ ସରକାରୀ ଜମିରୁ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲଦାର କହିଛନ୍ତି । ଅଭିମନ୍ୟୁଙ୍କ ଘର ଭଙ୍ଗା ଦେଖି ଅନ୍ୟ ଜବରଦଖଲକରୀଙ୍କ ଛାତିରେ ଛନକା ପଶିଛି । ଆଗୁକୁ ସେମାନଙ୍କ ପାଳି ପଡ଼ିବ ବୋଲି ଆଶଙ୍କା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/19/DbBPASROzVU6Pt8xEhNy.jpg)