ସତ୍ୟବାଦୀରେ ଅବୈଧ ଘର ଓ ଦୋକାନ ଉଚ୍ଛେଦ, ମଦ ବିକ୍ରୟରେ କଠୋର କାର୍ଯ୍ୟାନୁଷ୍ଠାନ

Advertisment

ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଚକ୍ରଧର ପୁର ଗାଁର ନଳାମୁଣ୍ଡ ସାହିରେ ଥିବା ସରକାରୀ ଜମି ଉପରେ ବେଆଇନ ଭାବରେ ଘର ଓ ଦୋକାନ ନିର୍ମାଣ କରି ମଦ ବିକ୍ରୟ କରୁଥିବା ଅଭିଯୋଗରେ ଉଚ୍ଛେଦ କରାଯାଇଛି। ।  

ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଚକ୍ରଧର ପୁର ଗାଁର ନଳାମୁଣ୍ଡ ସାହିରେ ଥିବା ସରକାରୀ ଜମି ଉପରେ ବେଆଇନ ଭାବରେ ଘର ଓ ଦୋକାନ ନିର୍ମାଣ କରି ମଦ ବିକ୍ରୟ କରୁଥିବା ଅଭିଯୋଗରେ ଉଚ୍ଛେଦ କରାଯାଇଛି। ।  

DV.00_38_12_07.Still016

Photograph: (kanaknews)

କନକ ବ୍ୟୁରୋ : ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ । ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଚକ୍ରଧରପୁର ଗାଁର ନଳାମୁଣ୍ଡ ସାହିରେ ଥିବା ସରକାରୀ ଜମି ଉପରେ ବେଆଇନ ଭାବରେ ଘର ଓ ଦୋକାନ ନିର୍ମାଣ କରି ମଦ ବିକ୍ରୟ କରୁଥିବା ଅଭିଯୋଗରେ ଉଚ୍ଛେଦ କରାଯାଇଛି। ।  ଏହି ଉଚ୍ଛେଦ କାର୍ଯ୍ୟକ୍ରମ ବେଳେ   ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡ଼ା, ଅର୍ପିତା ସେନାପତି ଓ ସତ୍ୟବାଦୀ ଥାନା ଅଧିକାରୀ ସୌମ୍ୟରଞ୍ଜନ ମହାଳିକଙ୍କ ସହିତ ଅତିରିକ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।

ସୂଚନାନୁସାରେ, ନଳାମୁଣ୍ଡ ଗ୍ରାମର ପ୍ରଦୀପ କୁମାର ଭୋଇ, ଜଣେ ପେଶାଦାର ନିଶାବେପାରୀ । ସରକାରୀ ଜମି ଉପରେ ଅବୈଧ ଭାବରେ ଘର ଓ ଦୋକାନ ତିଆରୀ  କରି ଦୀର୍ଘଦିନ ଧରି ବେଆଇନ ଭାବରେ ମଦ ବିକ୍ରୟ କରୁଥିଲେ   ଜିଲ୍ଲାରେ ଅବୈଧ ନିଶା କାରବାର ଉପରେ ପୁଲିସର ଅଭିଯାନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ, ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ପେଷାଦାର ବେଆଇନ ମଦ ବିକ୍ରି କରୁଥିବା ଜନୈକ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅଧିକ ପଢନ୍ତୁ : ବାଲେଶ୍ବରରେ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ ଅଭିଯୋଗ, ଆକ୍ସନ ମୋଡ଼ରେ OPHC

ଆଜି, ସଜ୍ଝ ଏହି ସୂଚନା ମିଳିବା ପରେ ପୁରୀ ଏସ୍‌ପି ପ୍ରତୀକ ସିଂହ, ଏହା ଉପରେ ଗୁରୁତର ଭାବରେ ନେଇ କଡା କାର୍ଯ୍ୟାନୁଷ୍ଠାନ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ତଦନ୍ତ  ଗ୍ରହଣ କରିବା ପାଇଁ ସତ୍ୟବାଦୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ଓ ତହସିଲ ପ୍ରଶାସନର ରିପୋର୍ଟ ଭିତ୍ତିରେ ସରକାରୀ ଜମି ଉପରେ ହୋଇଥିବା ଅବୈଧ ନିର୍ମାଣକୁ ଉଚ୍ଛେଦ କରାଯାଇଛି । ସତ୍ୟବାଦୀ ଆଇଆଇସି ମହାଳିକ ସୂଚନା ଅନୁସାରେ  ପ୍ରଦୀପ କୁମାର ଭୋଇଙ୍କ ବିରୋଧରେ ପୂର୍ବରୁ ବେଆଇନ ମଦ ବିକ୍ରୟ ସମ୍ପର୍କିତ ୬ଟି ମାମଲା ରହିଛି । ତଥାପି ସେ ପୁଣିଥରେ ବେଆଇନ କାର୍ଯ୍ୟ କରୁଥିବାରୁ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe