କନକ ବ୍ୟୁରୋ: ପିସ୍ତଲ, ରିଭଲଭର, ରାଇଫଲ ଓ ସିଙ୍ଗଲ ସର୍ଟ । ଯୁଆଡ଼େ ଦେଖିବ ସିଆଡ଼େ ପୁଳା ପୁଳା ବନ୍ଧୁକ । ନୂଆ ନୂଆ ଅପରାଧ ଜଗତରେ ପାଦ ରଖିଥିବା ଯୁବପିଢିଙ୍କୁ ଘାରିଛି ବନ୍ଧୁକ ନିଶା । ପୁରୀ, ଭୁବନେଶ୍ୱର, କଟକ ଓ ଗଞ୍ଜାମରୁ ରେକର୍ଡ ବନ୍ଧୁକ ଜବତ ହୋଇଛି । ବେଆଇନ ଭାବେ ରାଜ୍ୟର ଗଳିକନ୍ଦିରେ ମିଳିଯାଉଛି ବନ୍ଧୁକ । ସବୁଠାରୁ ବଡ଼କଥା ହେଉଛି ପୂର୍ବରୁ ମେଡ୍ ଇନ୍ ମୁଙ୍ଗେର ମିଳୁଥିବା ବେଳେ, ଏବେ ୟୁପି ବନ୍ଧୁକ ଭୁବନେଶ୍ୱରରେ ପହଞ୍ଚିଲାଣି ।
ବିହାର, ୟୁପିରୁ ଆସୁଥିବା ବନ୍ଧୁକ ଚୋରାରେ ତିଆରି ହେଉଥିବାରୁ, ସଠିକ ଲକ୍ଷ୍ୟଭେଦ କରିପାରେ ନାହିଁ । ଏଥିରେ ବ୍ୟବହାର ହେଉଥିବା ଲୁହାର ମାନ ଖରାପ ଥିବାରୁ ଗୁଳି ଫୁଟିବା ସମୟରେ ହାତ ଫାଟିଯିବାର ଭୟ ବି ଥାଏ । ବିଶେଷଜ୍ଞଙ୍କ ମତରେ, ଏହାକୁ ବ୍ୟବହାର କରୁଥିବା ଲୋକ ଦେହରେ ମଧ୍ୟ ଗୁଳି ଫୁଟିଯିବାର ଆଶଙ୍କା ରହିଛି । ତେବେ ପୂର୍ବରୁ ମୁଙ୍ଗେରରୁ ଅପରାଧୀ ବନ୍ଧୁକ ଆଣି ଓଡ଼ିଶାରେ ବିକୁଥିଲେ । ପରେ, କଟକରେ କାରଖାନା ଖୋଲି, ବନ୍ଧୁକ ତିଆରି କଲେ । ହେଲେ...
- ବୟାଳିଶି ମୌଜାରେ କେତେ ବନ୍ଧୁକ ତିଆରି ହୋଇଥିଲା?
- ରାଜ୍ୟର କେଉଁ ଅଞ୍ଚଳକୁ କେତେ ବନ୍ଧୁକ ଯାଇଥିଲା?
- ଏସବୁ ବନ୍ଧୁକ ତିଆରି ପାଇଁ କିଏ ଅର୍ଡର ଦେଉଥିଲା? ତାହା ଏବେ ବି ସ୍ପଷ୍ଟ କରିପାରିନି ପୁଲିସ
ଓଡ଼ିଶା ସାରା ବନ୍ଧୁକ ମିଳୁଛି, ଗର୍ଜୁଛି ଆଉ ମୁଣ୍ଡ ବି ଗଡୁଛି । କେବଳ ବନ୍ଧୁକ ବେପାରୀ ବନ୍ଧା ହେଉଛନ୍ତି କିନ୍ତୁ କୁଆଡ଼େ ଯାଉଛନ୍ତି ଏହା ପଛର ଗଡ ଫାଦର୍? ଏମାନଙ୍କୁ ହାତ ମାରିବାକୁ ପୁଲିସ ଡରୁଛି, ନା ବାନ୍ଧିବା ବେଳେ କିଏ ବାଧକ ସାଜୁଛି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/06/16/AWvzXXyN7vObiacIrjC3.jpg)