ପୁଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଲା ବେଆଇନ୍ ବନ୍ଧୁକ, ଭଞ୍ଜନଗର ବିଷୋୟୀ ଛକରୁ ୨ ଅଭିଯୁକ୍ତ ଗିରଫ

ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ମାଗାଜିନ ଜବତ ହୋଇଛି । ଗତକାଲି ବିଷୋୟୀ ଛକ ନିକଟରେ ପୁଲିସ  ପେଟ୍ରୋଲିଂ କରିବା ସମୟରେ ଏକ ଦୋକାନ ସମ୍ମୁଖରେ ୨ଜଣ ବ୍ୟକ୍ତି ସନ୍ଦିଗ୍ଧ ଭାବେ ବସିଥିବା ଦେଖିବାକୁ ମିଳିଥିଲା ।

25

କନକ ବ୍ୟୁରୋ :  ବେଆଇନ ବନ୍ଧୁକ ସହ ୩ ଗୁଳି ଜବତ । ୨ ଅଭିଯୁକ୍ତ ଗିରଫ । ଭଞ୍ଜନଗର ପୁଲିସ୍‌ ଗତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଭାବେ ୨ଜଣଙ୍କୁ କାବୁ କରିଥିଲା । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ମାଗାଜିନ ଜବତ ହୋଇଛି । ଗତକାଲି ବିଷୋୟୀ ଛକ ନିକଟରେ ପୁଲିସ  ପେଟ୍ରୋଲିଂ କରିବା ସମୟରେ ଏକ ଦୋକାନ ସମ୍ମୁଖରେ ୨ଜଣ ବ୍ୟକ୍ତି ସନ୍ଦିଗ୍ଧ ଭାବେ ବସିଥିବା ଦେଖିବାକୁ ମିଳିଥିଲା । ପୁଲିସକୁ ଦେଖି ଦୋକାନ ପଛପଟେ ଲୁଚି ଯାଇଥିଲେ । ପୁଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରିବା ସମୟରେ ପୁଲିସକୁ ଗାଳି ଗୁଲଜ କରିବା ସହିତ ପିସ୍ତଲ ଦେଖାଇଥିଲେ । ଏହାପରେ ପୁଲିସ୍‌ ଟିମ୍‌ ସେମାନଙ୍କୁ କାବୁ କରି ପିସ୍ତଲ, ୩ଟି ଜୀବନ୍ତ ଗୁଳି ଜବତ କରିଥିଲେ । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe