କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଧିନ ଗୁଆପୁରରେ ଚାଲିଥିଲା ବେଆଇନ ବାଣ ଗୋଦାମ । ବାଲିପାଟଣା ଥାନାର ଗ୍ରାମରକ୍ଷୀଙ୍କ ଘର ସାଜିଥିଲା ସୁରକ୍ଷିତ ସ୍ଥାନ । ବାପା ଗ୍ରାମରକ୍ଷୀ ଥିବାରୁ ପୁଅ ବେଆଇନ ଭାବରେ ଏହି ଗୋଦାମ ଚଳାଉଥିଲା । ଅତର୍କିତ ରେଡ ବେଳେ ୨୫ ଲକ୍ଷ ଟଙ୍କାର ବେଆଇନ ବାଣ ତିଆରି ସାମଗ୍ରୀ ଜବତ କରାଯାଇଛି । ସେପଟେ ବେଆଇନ ବାଣ ବିକ୍ରି ଉପରେ ରୋକ ଲଗାଇବା ପାଇଁ କମିସନରେଟ ପୁଲିସର ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି ଡିସିପି ।
ଗୁଆପୁରରେ ଗ୍ରାମରକ୍ଷୀଙ୍କ ଗୋଦାମ ଘରକୁ ନେଇ ଚର୍ଚ୍ଚା । ଗ୍ରାମରକ୍ଷୀଙ୍କ ଘରେ ଚାଲିଥିଲା ବେଆଇନ ବାଣ ଭିଡ଼ା । ନା ଥିଲା ପ୍ରଶାସନକୁ ଭୟ ନା ଥିଲା ପୁଲିସକୁ ଡର । ନିଜେ ଯେଉଁ ଥାନାରେ କାମ କରୁଥିଲେ, ସେହି ଥାନା ଆଢୁଆଳରେ ରହି ଆଇନର ଧଜ୍ଜିଆ ଉଡାଉ ଥିଲେ । ଆଉ ବାପା ଗ୍ରାମରକ୍ଷୀ ଥିବାରୁ ପୁଅକୁ ଫୁଲ ଦମରେ ବାଣ କାରବାରରେ ଲଗାଇ ଦେଇଥିଲେ ।
ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଧିନ ଗୁଆପୁରର ମଲ୍ଲିକ ସାହିରେ । ବେଧଡ଼କ ଭାବେ ବେଆଇନ ଭାବେ ଚାଲିଥିଲା ବାଣ ଗୋଦାମ । ଲକ୍ଷ ଲକ୍ଷ ଟଙ୍କାର ବିସ୍ପୋରକ ଆଣି ବାଣ ଭିଡୁଥିଲେ ବାଣୁଆ । ନା ଥିଲା ଲାଇସେନ୍ସ ନା ଗ୍ରହଣ କରାଯାଇଥିଲା ସୁରକ୍ଷା ବ୍ୟବସ୍ଥା । କମିଶନରେଟ ପୁଲିସ ଗ୍ରାମରକ୍ଷୀଙ୍କ ଘର ରେଡ କରି ୨୫ ଲକ୍ଷର ବିସ୍ଫୋରକ ଜବତ କରିଛି । ଏଥିରେ ଦେଢ କ୍ୱିଣ୍ଟାଲ ବାରୁଦ, ୫୦ କିଲୋ ଲୁହାଗୁଣ୍ଡ ଓ ପଟାସ ଜବତ କରାଯାଇଛି ।
ତେବେ ବାଲିପାଟଣାରୁ ଗିରଫ ହୋଇଥିବା ଅଭିଯୁକ୍ତ ବିଶ୍ୱନାଥ ମଲ୍ଲିକ ଗ୍ରାମରକ୍ଷୀଙ୍କ ପୁଅ ହୋଇଥିବାରୁ ନିଜ ଘରକୁ ସୁରକ୍ଷିତ ସ୍ଥାନ ଭାବରେ ବାଛି ନେଇଥିଲା । ଏହା ସହ ସହଯୋଗୀ ଚନ୍ଦ୍ରଶେଖର ମଲ୍ଲିକକୁ ବି ଗିରଫ କରାଯାଇଛି । ସେପଟେ ରାଜଧାନୀ ଉପକଣ୍ଠରେ ଚାଲିଥିବା ବେଆଇନ ବାଣ ଗୋଦାମ ଉପରେ କମିଶନରେଟ ପୁଲିସର ଏକ ସ୍ୱତନ୍ତ୍ର ଟିମ ନଜର ରଖିଛି ।
ଆଗକୁ ଦୀପାବଳି ଥିବାରୁ ରାଜଧାନୀର ବାଣ ଦୋକାନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଏନେଇ ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକନ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ୪୬୫ ଜଣ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ, ୨ସହ ଜଣକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ତେବେ ଯେଉଁମାନେ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ସହ ବାଣ ଦୋକନ ସଟର ଡାଉନ କରିବାକୁ ଯୋଜନା କରିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/10/28/bRf34xqpcLBNBCtsoetf.jpg)