କନକ ବ୍ୟୁରୋ :  ଗଞ୍ଜାମ ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗାଁରେ ଥିବା ବେଆଇନ ବାଣ ଗୋଦାମରେ ଚଢ଼ାଉ  କରାଯାଇଛି । ଛତ୍ରପୁର ଥାନା ପୁଲିସ ଓ ମାଜିଷ୍ଟ୍ରେଟ ମିଳିତ ଚଢ଼ଉ କରିଛନ୍ତି । ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।  ପ୍ରଥମେ ଗାଁରେ ବେଆଇନ ବାଣ ଗଛିତ ଥିବା ଗୋଦାମକୁ ଠାବ କରିଥିଲେ । ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡେଇ, ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ଅତିରିକ୍ତ ତହସିଲଦାର ଏନ. ରବି ପ୍ରଧାନ ଏବଂ ପୁଲିସ ଫୋର୍ସ ମିଳିତ ଭାବେ ରେଡ କରିଥିଲେ।